ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ । ଆଜି ସକାଳ ୪ଟାରୁ ବିଧିବିଧାନ ସହିତ ପୂଜା ହେବା ପରେ ୮.୩୦ ମିନିଟରେ କପାଟ ବନ୍ଦ ହୋଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି । କେଦାରନାଥ ପୀଠକୁ ଆଜି ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଛି। ଆଜି ବାବା କେଦାରନାଥଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।ପ୍ରତିବର୍ଷ ଭୟା ଦୁଜ ଦିନରେ ହିଁ କେଦାରନାଥ କପାଟକୁ ବନ୍ଦ କରାଯାଇଥାଏ। ଏହି ସମୟରେ କେଦାରନାଥ ପୀଠରେ ପୂଜା ପାଉଥିବା ପଞ୍ଚମୁଖି ମୂର୍ତ୍ତିର ଚଳନ୍ତି ପ୍ରତିମାକୁ ଦୋଳିରେ ବିରାଜମାନ କରାଯାଇ ଓଁକାରେଶ୍ୱର ମନ୍ଦିର ନିଆ ଯାଇଥାଏ। ଆଜି ଚଳନ୍ତି ପ୍ରତିମା ଗୌରିକୁଣ୍ଡ, ସୋନପ୍ରୟାଗ ହୋଇ ରାମପୁରରେ ପହଞ୍ଚିବ ।