ହାତୀ ପାଦ ତଳେ ନଷ୍ଟ ହେଉଛି ଚାଷୀର ଫସଲ

0

ଯୋଡ଼ା/ ରମେଶ ଚନ୍ଦ୍ର ମହାପାତ୍ର: ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । କରୁଛନ୍ତି ଧନ ଜୀବନ ନଷ୍ଟ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବଳିବନ୍ଧ ବିଟି ରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।
୪୪ ଟିକିଆ ହାତୀପଲ ସେତି ମଧ୍ୟରୁ ଦନ୍ତା ୧୧ , ମାଇ ୧୭ ଏବଂ ଛୁଆ ହାତୀ ୧୬ ଟି ବିଳମ୍ବିତ ରାତିରେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଅଞ୍ଚଳ ରେ ବ୍ୟାପକ ଫସଲ ମାଡି ଚକଟି ନଷ୍ଟ କରିଦେଇଛନ୍ତି। ହାତୀପଲ ଚମକ୍ ପୁରୁ ଓ କନଙ୍କନା ଅଞ୍ଚଳରେ ପାଚିଲା ଧାନ ମାଡି ଚକଟି ନଷ୍ଟ କରିଥିବା କୁହାଯାଉଛି । ଋଣ କରଜ କରି ଚାଷ କରିଥିବା ଚାଷ ହାତୀପାଦ ତଳେ ନଷ୍ଟ ହେବାରୁ ଚାଷୀକୁଳ ହତାଶ ହୋଇ ପଡିଛନ୍ତି। ଏବେ ହାତୀପଲ ପାଖ ଗାଁ ନିକଟରେ ଘୁରି ବୁଲୁଥିବା ରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।