ଭୂବନେଶ୍ୱର :ପୁଅ ହତ୍ୟାକାରୀ ବାପାକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ସାବତ ପୁଅକୁ ହତ୍ୟା ମାମଲାରେ ବାପାକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଏଡିଜେ-୨ କୋର୍ଟ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ୫ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୯ ମସିହା ମାର୍ଚ୍ଚ ୧୧ ତାରିଖରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଘଟିଥିଲା ହତ୍ୟାକାଣ୍ଡ।
ସୂଚନା ଅନୁଯାୟୀ, 2014ରେ ଦାଶରଥିଙ୍କ ପ୍ରଥମ ପୁଅ ଭାବେ ସଞ୍ଜୟଙ୍କ ପୁଅ ହୋଇଥିଲା । ପରେ ସଂଜୟଙ୍କ ସହ ମନୋମାଲିନ୍ୟ ହେବାରୁ ଲକ୍ଷ୍ମୀ ଟୁଡୁ ଦାଶରଥିଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ହେଲେ ଦାଶରଥି ତାଙ୍କ ପୁଅକୁ ସ୍ୱିକାର କରି ନଥିଲେ । ଘଟଣା ଦିନ 2019 ମାର୍ଚ୍ଚରେ ପୁଅର ମୁଣ୍ଡକୁ କାନ୍ଥରେ ବାଡ଼ାଇ ତା ଉପରେ ନାଚିଥିଲା। ପତ୍ନୀ ଲକ୍ଷ୍ମୀ ପୁଅକୁ ଡ଼ାକ୍ତର ଖାନା ନେବାକୁ ଅନୁରୋଧ କରିଥିଲେ ହେଁ ରାକ୍ଷସ ଦାଶରଥି ମାନିନଥିଲା । ଏନେଇ କାହାକୁ ଜଣାଇଲେ ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା । ସାତଜଣ ସାକ୍ଷୀଙ୍କ ବୟାନ, 17 ଦସ୍ତାବୀଜ ଓ ପ୍ରତ୍ୟକ୍ଷଦର୍ଶୀ ଲକ୍ଷ୍ମୀଙ୍କ ବୟାନକୁ ଭିତ୍ତି ADJ 2 ଦାଶରଥିକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।