ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁଆସିଲା ପଞ୍ଚମ ପର୍ୟ୍ୟାୟ ରଥକାଠ

0

ପୁରୀ/ ଜୟନ୍ତ କୁମାର ସେଠି: ଚଳିତବର୍ଷ ପ୍ରଥମଥର ପାଇଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀରେ ପହଞ୍ଚିଲା ପଞ୍ଚମ ପର୍ୟ୍ୟାୟ ରଥକାଠ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ବାଇବାଲ ଜଙ୍ଗଲରୁ ୨୫ଖଣ୍ଡ କାଠ ଆସିଥିବା ବେଳେ ସେଥିରେ ୨୦ଟି ୨୨ଫୁଟିଆ ଧଉରା ଓ ୫ଟି ଫାସୀ କାଠ ରଥଖଳାରେ ପହଞ୍ଚିଛି। ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତବର୍ଷର ୧୧୮ ଖଣ୍ଡ କାଠ ବଳକା ରହିଛି। ତେଵେ ସମୁଦାୟ ରଥଖଳାକୁ ବର୍ତ୍ତମାନ ସୁଦ୍ଧା ୨୦୬ ଖଣ୍ଡ କାଠ ପହଞ୍ଚି ଥିବାବେଳେ କଟକ ସ୍ଥିତ ଖପୁରିଆ କଳତକଳକୁ ୮୧ ଖଣ୍ଡ କାଠ ଯାଇଥିବା ରଥ ତତ୍ୱବଧାରକ ସୁଦର୍ଶନ ମେକାପ କହିଛନ୍ତି। ସେପଟେ ଘୁମୁସରରୁ ରଥକାଠ ଆସିବା ପରେ ପ୍ରତ୍ୟକଟି ଜାଗାରେ ଭକ୍ତମାନେ ବନ୍ଦାପନା ସହ ପୂଜାର୍ଚ୍ଚନା କରିଛନ୍ତି। ଅନ୍ୟପଟେ ମହାପ୍ରଭୁଙ୍କ ରଥକାଠ ଆଣିବା ସେବାକରି ନିଜକୁ ବେଶ୍ ଧନ୍ୟମନେ କରିଛନ୍ତି ଟ୍ରକ୍ ଡ୍ରାଇଭର ନବୀନ ବେହେରା।