ବ୍ୟୁରୋ : ସବୁ ଆଡେ ଏବେ ଛାୱା କ୍ରେଜ । ଫିଲ୍ମ ରିଲିଜ୍ ର ୨୭ ଦିନ ପରେ ବି ହଲ୍ ରହୁଛି ହାଉସଫୁଲ୍ । ୨୮ ଦିନ ପରେ ବି ହାଉସ୍ଫୁଲ୍ ହଲ୍ କ୍ରମରେ ଫିଲ୍ମ ଟି ନୂଆ ରେକର୍ଡ ସ୍ଥାପନ କରିଛି । ଏହି ଚଳଚ୍ଚିତ୍ର ଶାହରୁଖ ଖାନଙ୍କ ପଠାନକୁ ପଛରେ ପକାଇଛି । ଭିକି କୌଶଲ- ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାୱା’ ସର୍ବାଧିକ ଆୟ କରିଥିବା ବଲିଉଡ୍ ର ଶ୍ରେଷ୍ଠ ୫ଟି ଚଳଚ୍ଚିତ୍ର ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଫିଲ୍ମର କଲେକ୍ସନ ଯେଭଳି ବୃଦ୍ଧି ପାଉଛି ଏହି ଫିଲ୍ମ ରଣବୀର କପୁରଙ୍କ ବ୍ଲକବଷ୍ଟର ଆନିମଲ୍କୁ ପଛରେ ପକାଇ ଶ୍ରେଷ୍ଠ ୩ଟି ବଲିଉଡ୍ ଫିଲ୍ମରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।
‘ଛାୱା’ର ବକ୍ସ ଅଫିସ କଲେକ୍ସନ କେତେ ଆପଣ ଜାଣନ୍ତି କି ?
ପ୍ରଥମ ସପ୍ତାହରେ ୨୫.୮କୋଟି ଟଙ୍କା ଛାୱା ରୋଜଗାର କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ୨୮୬.୧୮ କୋଟି ଓ ତୃତୀୟ ସପ୍ତାହରେ ୮୯.୫୪ କୋଟି ଟଙ୍କା ରୋଜଗାର କରିଥିଲା । ସେହିଭଳି ଚତୁର୍ଥ ସପ୍ତାହର କଲେକ୍ସନକୁ ଦେଖିଲେ ତେଲୁଗୁ ସଂସ୍କରଣର ଆୟକୁ ମିଶାଇ ୩୬.୫୯ କୋଟି ଟଙ୍କା ରହିଛି ।
ଫିଲ୍ମ ବିଶ୍ଲେଷକ ସାକନିକଙ୍କ ଅନୁସାରେ, ୨୫,୨୬ ଏବଂ ୨୭ତମ ଦିନରେ ଫିଲ୍ମଟି ଯଥାକ୍ରମେ ୬କୋଟି, ୫କୋଟି ଏବଂ ୪.୭୫ କୋଟି ଟଙ୍କା ରୋଜଗାର କରିଥିଲା । ୨୭ ଦିନ ସୁଦ୍ଧା ଫିଲ୍ମର ମୋଟ ଆୟ ୫୪୯.୨୬ କୋଟି ଟଙ୍କା ହୋଇଛି ।
ସାକ୍ନିକ୍ଙ୍କ ଅନୁଯାୟୀ, ୨୮ତମ ଦିନ ଅପରାହ୍ନ ୩.୧୦ ସୁଦ୍ଧା, ଫିଲ୍ମଟି ୧.୨୭ କୋଟି ରୋଜଗାର କରିଥିଲା । ଏହାକୁ ମିଶାଇ ଛାୱା ମୋଟ ୫୫୦.୫୩ କୋଟି ଟଙ୍କା କଲେକ୍ସନ କରିଛି । ତେବେ ଏହି ସଂଖ୍ୟା ଆହୁରି ବଢ଼ିପାରେ ।
ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ, ” ଛାୱା”ରେ ଭିକି କୌଶଲ, ରଶ୍ମିକା ମନ୍ଦାନା, ଆଶୁତୋଷ ରାଣା, ବିନୀତ କୁମାର ସିଂହ ଏବଂ ଅକ୍ଷୟ ଖାନ୍ନା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଭାଲେଣ୍ଟାଇନ୍ସ ଡେ‘ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ପ୍ରାୟ ୧୩୦ କୋଟି ଟଙ୍କା ବଜେଟ୍ ରେ ନିର୍ମିତ ହୋଇଛି ।