ଅଗ୍ନୀକାଣ୍ଡ ଘଟି ପାଉଁଶ ହୋଇଗଲା ତିନି ବଖରା ଘର ସହ ଆସବାବପତ୍ର

0

ଜଳେଶ୍ୱର: ଅଗ୍ନୀ କାଣ୍ଡ ଘଟି ଜଳି ପାଉଁଶ ହୋଇଗଲା ୩ବଖରା ଘର । ଏଭଳି ଘଟଣା ଘଟିଛି ବସ୍ତା ବ୍ଲକ ସିଂଲା ଥାନା ମସଡ଼ା ଗ୍ରାମରେ । ଗ୍ରାମର ରତ୍ନାକର ମହାନ୍ତି ଓ ତାଙ୍କ ଭାଇ ବିଜୟ ମହାନ୍ତିଙ୍କ ପରିବାର ବର୍ଗ ଘରେ ସୋଇଥିବା ବେଳେ ତାଙ୍କର ତିନି ବଖରା ଚାଳ ଛପର ଘର ସହିତ ଗୋହାଳ ଘରେ ଅଗ୍ନି କାଣ୍ଡ ଘଟି ସମ୍ପୂର୍ଣ ଘର ଓ ଆସବା ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସୌଭାଗ୍ୟ ବସତ ପରିବାର ସମସ୍ତ ସଦସ୍ୟ ବଞ୍ଚି ଯାଇଥିବା ବେଳେ, ଗାଈ ଗୋରୁ ଓ ଛେଳି ଙ୍କୁ ଗୁରୁତର ଅବସ୍ଥାରେ ପଡୋଶୀ ଉଦ୍ଧାର କରିଛନ୍ତି ମାତ୍ର ଘରୋଇ ଉପକରଣ ପୋଡ଼ି ପାଉଁଶ ହୋଇଯାଇଛି ।ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ ବି ସେତେ ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଶିଶିର ସେନାପତି ଓ ସମିତି ସଦସ୍ୟା ଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ପାତ୍ର ପହଞ୍ଚି ଉକ୍ତ ପରିବାର କୁ ସମବେଦନା ଜଣାଇବା ସହିତ ସରକାରୀ ସହାୟତା ଓ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।