‘ଅଗ୍ନିପଥ’ ଯୋଜନା ହେବ ପ୍ରଣୟନ 

0

ନୂଆଦିଲ୍ଲୀ:ପ୍ରତିରକ୍ଷା ବାହିନୀ ପାଇଁ କେନ୍ଦ୍ର ସରକାର ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ପ୍ରଣୟନ କରିବେ। ଯାହା ଅଧୀନରେ କେବଳ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ସୈନ୍ୟ ନିଯୁକ୍ତ କରାଯିବ।ଏଥିରେ ଭାରତୀୟ ଯୁବକଙ୍କୁ ମିଳିବ ଦେଶ ସେବାର ସୁଯୋଗ । ଏହି ଯୋଜନା ଅଧିନରେ ଭାରତୀୟ ଯୁବକ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଦେବେ । ଯାହାକୁ ‘ଟୁର୍ ଅଫ୍ ଡ୍ୟୁଟି’ ନାଁ ଦିଆଯାଇଛି । ତିନି ସେନା ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏହି ଯୋଜନାର ଘୋଷଣା କରିବାର ସୂଚନା ରହିଛି ।ଦୁଇ ସପ୍ତାହ ପୂର୍ବେ ଜଳ, ସ୍ଥଳ ଏବଂ ବାୟୁସେନାର ମୁଖ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଗ୍ନିପଥ ଯୋଜନା ବିଷୟରେ ଅବଗତ କରାଇଥିଲେ । ସାମରିକ ବ୍ୟାପାର ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି। ଚାରି ବର୍ଷ ପରେ ଏହି ଯୋଜନା ଅଧୀନରେ ଭର୍ତ୍ତି ହୋଇଥିବା ୮୦% ଯୁବକଙ୍କୁ ଏଥିରୁ ବିରାମ ଦିଆଯିବ । ହେଲେ ୪ ବର୍ଷ ମଧ୍ୟରେ ଯେଉଁମାନଙ୍କର ପ୍ରଦର୍ଶନ ଭଲ ରହିବ ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଯୁବକଙ୍କୁ ସେନାରେ ବଜାୟ ରଖାଯିବ ।ପ୍ରତିରକ୍ଷା ବାହିନୀର ଖର୍ଚ୍ଚ ଏବଂ ବୟସ ହ୍ରାସ କରିବା ପାଇଁ ‘ଟୁର୍ ଅଫ୍ ଡ୍ୟୁଟି’ ମଧ୍ୟ ଉଦ୍ଦିଷ୍ଟ । ଏହି ଯୋଜନା କାର୍ୟ୍ୟକାରୀ ହେବା ପରେ ଭାରତୀୟ ସଶସ୍ତ୍ର ବାହିନୀର ହାରାହାରି ବୟସ ପ୍ରୋଫାଇଲକୁ ୩୫ ବର୍ଷରୁ ୨୫ ବର୍ଷକୁ ହ୍ରାସ କରାଯିବ । ଅଗ୍ନିପଥ ଯୋଜନା ଅଧୀନରେ ପ୍ରଥମ ବର୍ଷରେ ସେନାର ତିନୋଟି ଯାକ ୱିଙ୍ଗରେ ୪୫,୦୦୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି । ସଶସ୍ତ୍ର ବାହିନୀ ଆକଳନ କରିଛନ୍ତି ଯେ ଯଦି ଏହି ଯୋଜନା ସଫଳ ହୁଏ, ତେବେ ସରକାର ସେମାନଙ୍କ ଦରମା, ଭତ୍ତା ଏବଂ ପେନସନ ଦୃଷ୍ଟିରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ।