ସଞ୍ଜୟ କୁମାର ପାଣି/କୋରାପୁଟ: ଲକ୍ଷ୍ମୀପୁର ବ୍ଲକ ରଞ୍ଜିତଗୁଡ଼ା ସେବାଶ୍ରମ ବିଦ୍ୟାଳୟ ପ୍ରଥମ ବାର୍ଷିକ ପିଏପି ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ ବିଦ୍ୟାଳୟର ବାର୍ଷିକ ପିଏପି ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଇନ୍ଦୁମତି କର୍କକର୍ରାଙ୍କ ଅଧ୍ୟକ୍ଷତାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ଦଳର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେସିକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଲକ୍ଷ୍ମୀପୁର ବ୍ଲକ ମଙ୍ଗଳ ଅଧିକାରୀ ଶ୍ରୀ ସ୍ଵାଇଁ, ଯୋଗାଣ ନିରୀକ୍ଷକ ପ୍ରଭାସ ରଂଜନ ଶତପଥୀ,ଲିଙ୍ଗରାଜ କନ୍ଧପାଣି ଅବସରପ୍ରାପ୍ତ ଆଇପିଇଓ ଲକ୍ଷ୍ମୀପୁର ବ୍ଲକ ବଳଭଦ୍ର ଖରା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଡ଼ଃ. ମହାଦେବ ଶତପଥୀ ଅବସରପ୍ରାପ୍ତ ସ୍କୁଲ ଇନ୍ସପେକ୍ଟରସୀମାଞ୍ଚଳ ଗରଡ଼ା ଯୋଗ ଦେଇଥିଲେ ଉକ୍ତ ପିଏପି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲା ମାନଙ୍କୁ ଯେପରି ସୁବିଧା ସୁଯୋଗ ଦେଉଛନ୍ତି ତାହା ହାତ ଛଡ଼ା ନକରି ନିଜ ନିଜର ପିଲା ଛୁଆ ମାନଙ୍କୁ ଶିକ୍ଷା ଦେବା ନିମନ୍ତେ କହିଥିଲେ।
ଏହି ଉତ୍ସବରେ ଲକ୍ଷ୍ମୀପୁର ସମାଜ ସେବୀ ଶ୍ରୀବତ୍ସ ଖରା ପରିଚାଳନା କରିଥିଲେ। ଉକ୍ତ ପିଏପି ଉତ୍ସବରେ ବିଦ୍ୟାଳୟ ଛାତ୍ରଛାତ୍ରୀ ରଙ୍ଗାରଙ୍ଗ କାର୍ୟ୍ୟକ୍ରମରେ ନୃତ୍ୟ ଆଦି ପରିବେଷଣ କରିବା ସହ କୋରାପୁଟ ଜିଲ୍ଲା ମୁଖ୍ୟ ଆକର୍ଷଣ କୋରାପୁଟିଆ ଢେମେସା ନୃତ୍ୟ ପରିବେଷଣ କରିଥିଲେ। ବିଦ୍ୟାଳୟରେ ଯୋଗ ଦେଇଥିବା ଅଭିଭାବକ ମାନେ ମଧ୍ୟ ନାଚ ଗୀତ ବିଭିନ୍ନ ପ୍ରତିଯୋଗିତା ଭାଗ ନେଇଥିଲେ। ବିଜେତା ମାନଙ୍କୁ ବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ସମସ୍ତେ ଏକତ୍ରିତ ବିଦ୍ୟାଳୟ ପରିସରରେ ଭୋଜନ ପରସିଥିଲେ।