ନୂଆଦିଲ୍ଲୀ: ଆଜି ମୋଦିଙ୍କ ତୃତୀୟ ପାଳି ସରକାରରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ । ତେବେ ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବେଳେ ଏଥିରେ କିଛି ବଡ ଘୋଷଣା କରାଯାଇଛି । ଏହି କ୍ୟାବିନେଟରେ ଆବାସ ଯୋଜନାରେ ଗ୍ରାମୀଣ, ସହରୀ ଘର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅତିରିକ୍ତ ୩ କୋଟି ଘର ଦିଆଯିବା ନେଇ ଘୋଷଣା କରାଯାଇଛି । ଘର ପାଇଥିବା ହିତାଧିକାରୀଙ୍କୁ ବିଜୁଳି, ଗ୍ୟାସ, ପିଇବା ପାଣି ଓ ଶୌଚାଳୟ ଆଦି ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି ।