ପୃଥିବୀରେ ପ୍ରଥମ ଘଟଣା ମୃତ ବ୍ୟକ୍ତି ଉପରେ ଅସ୍ତ୍ରପ୍ରଚାର କରାଯାଇଛି:ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

0

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ଗୋପାଳ ଦାସଙ୍କ ସରକାରୀ କ୍ୱାଟର୍ସରେ କ୍ରାଇମବ୍ରାଞ୍ଚ ଟିମ୍ । ତେବେ ନବଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଛି । ବିରୋଧୀ ସରକାରଙ୍କୁ ଘେରିବା ସହିତ ଆଇନ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିରୋଧି ଦଳର ନେତା ଜୟନାରଣୟଣ ମିଶ୍ର କହିଛନ୍ତ ିଓଡିଶା ପୋଲିସ ଉପରେ ମୋର ଆଉ ବିଶ୍ୱାସ ନାହିଁ, ମୁଁ ମୋ PSOକୁ ଫେରାଇ ଦେଉଛି। ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଓଡ଼ିଶା ପୋଲିସ ଉପରେ ଭରସା ନାହିଁ କହି ଫେରାଇଲେ । ନବ ଦାସଙ୍କୁ ହତ୍ୟା ପରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଜୟ ନାରାୟଣ। ତାଙ୍କୁ ସରକାର ଦେଇଥିବା PSOବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇଲେ। ସରକାରଙ୍କ ପାଖରେ ଥିବା ସବୁ ପୋଲିସ ଅଧିକାରୀ ଏବେ ଅପରାଧିକ କାର୍ୟ୍ୟକଳାପରେ ରହୁଛନ୍ତି। ତେଣୁ ଓଡ଼ିଶା ପୋଲିସ ଉପରେ ମୋର ଆଉ ଆସ୍ଥା ଭରସା ନଥିବା କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।  ନବ ଦାସଙ୍କ ହତ୍ୟାକୁ ନେଇ ପୁଣି ସରକାରଙ୍କୁ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ ।

ପୃଥିବୀରେ ପ୍ରଥମ ଘଟଣା ମୃତ ବ୍ୟକ୍ତି ଉପରେ ଅସ୍ତ୍ରପ୍ରଚାର କରାଯାଇଛି। ଲୋକଙ୍କୁ ଦେଖାଇବା ପାଇଁ ଅସ୍ତ୍ରୋପଚାର କରାଯାଇଛି।  ଏହାର ତଦନ୍ତ ହେବା ଦରକାର, ଯେହେତୁ ରାଜ୍ୟ ସରକାର ଏହାକୁ ଚାପି ଦେବାକୁ ବସିଛନ୍ତି ମୁଁ ସିବିଆଇ ତଦନ୍ତ ଦାବି କରୁଛି। ଏହା ସହ ଝାରସୁଗୁଡା ହସ୍ପିଟାଲର ଇସିଜି ରିପୋର୍ଟ। ସେହି ସମୟରେ ତାଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା କେମିତି ଥିଲା। ସ୍ଥାନାନ୍ତରିତ ହେବାର ଯୋଗ୍ୟ ଥିଲେ କି ନାହିଁ ତା ସାର୍ଟିଫିକେଟ ସହ ଝାରସୁଗୁଡା ଏୟାରପୋର୍ଟ ଅଥରିଟି କେଉଁ ଅବସ୍ଥାରେ ନେଇଥିଲେ।ଏସବୁ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କଲେ ବିରୋଧୀ ଦଳ ନେତା। ଆପୋଲୋ ହସ୍ପିଟାଲରେ ନବଙ୍କୁ ଯେତେବେଳେ ଅଣାଗଲା କଣ ପାଇଁ ମୁଖ୍ୟମନ୍ତ୍ରୀ ନମସ୍କାର କରିଥିଲେ ? ଯିବନ୍ତ ଲୋକ ଏବଂ ବୟସରେ ଛୋଟ ଲୋକଙ୍କୁ ନମସ୍କାର କରାଯାଏ କି ? ବୋଲି ପ୍ରଶ୍ନ ଉଠାଇଲେ ଜୟ ନାରାୟଣ। ଓଡିଶା କ୍ରାଇମବ୍ରାଞ୍ଚ ଉପରେ ଓଡିଶାବାସୀଙ୍କ ଭରସା ନାହିଁ ଜ୍ଝ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି ।

ଓଡିଶାବାସୀ ଜାଣିବାକୁ ଚାହିଁବେ ହତ୍ୟାକାଣ୍ଡର ରହସ୍ୟ କଣ ? କ୍ରାଇମବ୍ରାଞ୍ଚ ଆଇ ମା କାହାଣୀ ବାରମ୍ବାର ଆମକୁ ଶୁଣାଇ ଆସିଛନ୍ତି ସେ ପରି ହଉ ଅବା ମମିତା କେସ ହେଉ ଜ୍ଝ ଆଉ ଏବେ କାହାଣୀ ଉପରେ କାହାଣୀ ପ୍ଲଟ କରୁଛନ୍ତି । ନବଙ୍କ ରାଜନୈତିକ ଉଚ୍ଚାଭିଳାଷୀ ପ୍ରଶ୍ନରେ ଏହା ତଦନ୍ତ ପରିସର ଆସିବା କଥା ଜ୍ଝ ମହତ୍ତ୍ୱକାଂକ୍ଷୀ ହୋଇପାରନ୍ତିସାଧାରଣ ଗୋଟେ ଛୋଟ କର୍ମଚାରୀ ସହ କଣ ଥିଲା ତଦନ୍ତ କଲେ ରାଜନୈତିକ ସାମାଜିବ ବ୍ୟବସାୟିକ କାରଣ ମଧ୍ୟ ଜଣାପଡିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।