ରଥ ଯାତ୍ରା ସମନୟ କମିଟି ର ପ୍ରଥମ ବୈଠକ ଅନୁଷ୍ଠିତ

0

ପୁରୀ /ଜୟନ୍ତ କୁମାର ସେଠି: ଆଜ ପୁରୀ ରେ କେନ୍ଦ୍ରାଞ୍ଚଳ ଆର୍ ଡି ସିଙ୍କ ଅଧ୍ୟକ୍ଷତାରେ ରଥ ଯାତ୍ରା ସମନୟ କମିଟି ପ୍ରଥମ ବୈଠକ ଅନୁଷ୍ଠିତ ହେବ। ପୁରୀ ଟାଉନ୍ ହଲ୍ ରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ କେନ୍ଦ୍ରାଞ୍ଚଳ ଆର୍ ଡି ସି ସହ ପୁରୀ ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ। ଏହି ବୈଠକରେ ମୁଖ୍ୟତଃ ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଆୟୋଜନ ହୋଇ ପାରିବ ସେ ନେଇ ଆଲୋଚୋନା ହେବ।
ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଚନ୍ତି ଚଳିତ ବର୍ଷ ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଣୁ ଭକ୍ତଙ୍କ ଯାତାୟତ ସୁବିଧା, ଶୃଙ୍ଖଳିତ ଦର୍ଶନ, ବିଭିନ୍ନ ମୌଳିକ ସୁବିଧା କୁ ସୁଦୃଢ଼ କରିବା, ଶୃଙ୍ଖଳିତ ରଥ ଟଣା ଉପରେ ଆଲୋଚନା ଓ ବିଚାର ବିମର୍ଶ ହେବ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ରଥ ଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏ ପର୍ୟ୍ୟନ୍ତ ଶେଷ ହୋଇ ନାହିଁ। ଫଳରେ ଯାତାୟତ ରେ ବାଧା ଉପୁଜିବା ଆଶଙ୍କା ରହିଛି। ଏଣୁ ରଥ ଯାତ୍ରା ପୁର୍ବରୁ କିଭଳି ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଶେଷ ହେବ ସେ ନେଇ ଆଲୋଚନା ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ପାନୀୟ ଜଳ, ଲାଇଟ ବ୍ୟବସ୍ଥା, ରାସ୍ତା ଘାଟ ମରାମତି, ଦ୍ରେନେଜ ନିର୍ମାଣ, ସୁରକ୍ଷା ବ୍ୟବସ୍ଥା ନେଇ ଆଲୋ ଚନା ହେବ। ତେବେ ସବୁ ବିଭାଗ କିଭଳି ସମନ୍ୟୟ ରଖି ସବୁ କାର୍ଯ୍ୟ ଆଗେଇ ନେବେ ସେ ନେଇ ଆଲୋଚୋନା ହେବ।