ବଲିଗୁଡା/ ବନବାସି ପ୍ରଧାନ: ପୁଣି ସାମ୍ନାକୁ ଆସିଲା ସଡକ ଦୁର୍ଘଟଣା, ଚାଲିଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପବନ ଗାଁ ନିକଟରେ । ଏକ ବଛଗାଡି ଭାରସାମ୍ୟ ହରାଇ ଏକ ଗଛରେ ପିଟି ଦେବାରୁ ଘଟଣା ସ୍ଥଳରେ ମାଲିକରୁ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଜଣଙ୍କୁ ଗୁରୁତର ଆହତି ହୋଇଛି ।ସୂଚନା ଅନୁଯାୟୀ ଏକ ୨୦୭ ପିକଅପ ବାଇଓମେଟ୍ରିକ ମାଛ ପାଇଁ ବଲାଙ୍ଗୀର ପାଟଣାଗଡ଼ ରୁ ବିଜୟନଗରମ ଯାଉଥିବା ବେଳେ ହଠାତ କୌଣସି କାରଣ କୁ ନେଇ ଗାଡିଟି ରାସ୍ତା କଡ଼ ଏକ ଗଛ ରେ ପିଟିହୋଇ ଯାଇଥିଲା, ଫଳରେ ଗାଡି ର ଆଗପଟ ସମ୍ପୂର୍ଣ କ୍ଷତିଗ୍ରସ୍ତ ହେବା ସହ ଗାଡି ମାଲିକ ଜଗବନ୍ଧୁ ମେହେର ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିଲା ଏବଂ ଚାଳକ ଗୁରୁତର ଥିବାରୁ ପ୍ରଥମେ ତୁମୁଡିବନ୍ଧ ଡାକ୍ତରଖାନା ଓ ପରେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ପଠାଇଦିଆଛି । ଅନ୍ୟ ପଟେ ଜଗବନ୍ଧୁଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାରକରି କୋଟଗଡ ଡାକ୍ତରଖାନା ପହଞ୍ଚାଇବା ପରେ ସେଠାରେ ଡାକ୍ତା ତାଙ୍କୁ ମୃତ ଘୋଷଣା କରିଥବଲେ । ତୁମୁଡିବନ୍ଧ ପୁଲିସ ବିଳମ୍ବ ରେ ଘଟଣା ସ୍ଥଳ ରେ ପହଂଚିବା ସହ ମୃତକ ଙ୍କ ଶବ ବ୍ୟବଛେଦ ପାଇଁ ପଠାଇଦେଇଥିବା ଜଣାପଡିଛି ।