ପାଞ୍ଚ ଦିବସୀୟ ଉତ୍ସବ ପ୍ରଧାନ ପାଟ ପାଳିତ…

0

ଦେବଗଡ଼ଜିଲ୍ଳାର ପ୍ରଧାନପାଟ ଠାରେ ପ୍ରତି ବର୍ଷ ଜାନୁଆରୀ ଶେଷ କିମ୍ବା ଫେବୃଆରୀ ପ୍ରଥମ ସମୟ ରେ ଏହି ଉତ୍ସବ ପାଳିତ ହୁଏ କ୍ଷ ଚଳିତ ବର୍ଷ ଫେବୃଆରୀ ୧ଠାରୁ ୫ ତାରିଖ ପର୍ୟ୍ୟନ୍ତଏହି ମେଳା ଅନୁଷ୍ଠିତ ହୋଇ ଯାଇଛି, ପ୍ରଥମ ଦିନ ମା କନକ ଦୁର୍ଗା ମନ୍ଦିର ରୁ ଏକ ସଂକୃତି ଶୋଭା ଯାତ୍ରା ହୋଇ ଥିଲା, ପ୍ରଥମ ସନ୍ଧ୍ୟା ରେ କ୍ୟାବିନେଟ ମନ୍ତ୍ରୀ ରାଜ୍ୟସ୍ୱ ଓ ବିପର୍ୟୟ ପରିଚାଳନା ବିଭାଗ ଶ୍ରୀ ଯୁକ୍ତ ସୁରେଶ ପୂଜାରୀ,ଦେବଗଡ଼ ବିଧାୟକ ରମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଉପସ୍ଥିତ ହୋଇ ଥିଲେ ବିଭିନ୍ନ ସ୍ଥାନ ରୁ ଅଂଶ ଗ୍ରହଣ କରି ଥିବା କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ ।


ଦ୍ୱତୀୟ ସନ୍ଧ୍ୟା ରେ ପଂଚାୟତରାଜ ଓ ଜଳ ବିଭାଗ କ୍ୟାବିନେଟ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ରେବକା ବିଲୁଙ୍ଗ ଯୋଗ ଦାନ କରିଥିଲେ, ଏବଂ ଦ୍ୱତୀୟ ସନ୍ଦ୍ୟା ର ମୁଖ୍ୟ ଆକର୍ଷଣ ଥିଲା ସିଙ୍ଗର ସୟମ ପଢି ସଂଗୀତ ପରିବେଶ କରିଥିଲେ।


ତୃତୀୟ ସନ୍ଧ୍ୟା ରେ ଦେବଗଡ ପୌର ଅଧକ୍ଷ ଦାୟିତ୍ୱ ରେ ଥିବା ପ୍ରଜିତ କୁମାର ଭଜ, ତିଳେଇ ବଣି ବ୍ଲକ ଅଧକ୍ଷା ବୁନ୍ଦାବତୀ ଭୋଇ, ରିଆମାଳ ଅଧକ୍ଷ ମଧୁସୂଦନ ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷାକୌଶିକ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ୟ୍ୟନିର୍ବାହୀ ଅଧିକାରୀ ପରୀକ୍ଷିତ ସାହୁ ଯୋଗଦାନ କରିଥିଲେ। ଏବଂ ଓଲିଉଡ଼ କଣ୍ଠଶିଳ୍ପୀ ତିଳକ ଚକ୍ରବର୍ତ୍ତୀ ଙ୍କ ସଂଗୀତ ପରିବେଷଣ ତୃତୀୟ ସନ୍ଧ୍ୟା ରେ ଆକର୍ଷଣ ଥିଲା। ଏବଂ ଏଭଳି ଭାବେ ଆଜି ପଞ୍ଚମ ଦିନ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଯୁକ୍ତି କୃଷ୍ଣ ଚନ୍ଦ୍ର ପାତ୍ର , ପୂର୍ବତନ ବିଧାୟକ ସୁବାଷ ପାଣିଗ୍ରାହୀ ଓ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଉପସ୍ଥିତ ରହିଛନ୍ତି ।