ବରୀରେ ପାଞ୍ଚ ଦିନ ଧରି ଚାଲିଥିବା ଲୋକ ମହୋତ୍ସବ ଆଜି ଉଦଯାପିତ

0

ବରୀ/ ପ୍ରଶାନ୍ତ ଦ୍ବିବେଦୀ: ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଲେ ବିଶ୍ଵ ରଞ୍ଜନ ମଲ୍ଲିକ ମନ ମୋହିଲା ବରୀ ମହୋଛବ। ବରୀ ଅଞ୍ଚଳରେ ବହୁ ଆଡମ୍ବରରେ  ଆୟୋଜିତ ଲୋକ ମହୋତ୍ସବ ପାଞ୍ଚ ଦିନ ଧରି ଚାଲିଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି। ଏହି ମାଟି ନିଆରା ଏହି ମାଟିର ବାସ୍ନା ବରୀ ର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ସାହିତ୍ୟ କୁ  ଉଦଜିପିତ କରିବା କ୍ଷେତ୍ରରେ ଏହି ମହୋତ୍ସବ ର ଆୟୋଜକ ମାନେ ଯେଉଁ କାର୍ଯ୍ୟକ୍ରମ କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବିଶ୍ଵ ରଞ୍ଜନ ମଲ୍ଲିକ କହିଛନ୍ତି । ସେହିପରି କଳା, ସାହିତ୍ୟ, ସଂସ୍କୃତି ଓ ସ୍ଵାଧୀନତା ସଂଗ୍ରାମ ର କଥା ଯେଉଁଠି ଆଲୋଚନା କୁ ଆସେ ସେଠି ପ୍ରଥମେ ବରୀ ଅଞ୍ଚଳର କଥା ଆସିଥାଏ। ମୁଁ ବରୀ ମାଟିର ପୁଅ। ତେଣୁ ଏ ସବୁକୁ ଉଦଜିବିତ ରଖିବା ପାଇଁ ମୋତେ ଯାହା କରିବାକୁ ପଡ଼ିବ ମୁଁ ନିଶ୍ଚିତ କରିବି। ଏହି ମହୋତ୍ସବ ବହୁ ପୂର୍ବରୁ ହେବାର ଥିଲା, ଆମ ମାନଙ୍କର ତ୍ରୁଟି ପାଇଁ ବହୁ ବିଳମ୍ବରେ ହୋଇଛି, ଯାହାବି ହେଉ ଆଗାମୀ ଦିନରେ ଏହି ମହୋତ୍ସବ କୁ ଆହୁରି ଧୁମ୍ ଧାମରେ କରାଯିବ ବୋଲି ବିଶ୍ଵ ରଞ୍ଜନ ମଲ୍ଲିକ କହିଛନ୍ତି। ଆଜି ପଞ୍ଚମ ଦିନ ଉଦଯାପନୀ ଉତ୍ସବ ରେ ଅନୁଷ୍ଠାନର ସଭାପତି ଡକ୍ଟର ରାଜ କିଶୋର ପଣ୍ଡା ସଭାପତିତ୍ବ କରିଥିବା ବେଳେ ପ୍ରଶାନ୍ତ କୁମାର୍ ସାହୁ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଅଭିଭାଷଣ ରଖିଥିଲେ। ଏହି ଉତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ରଞ୍ଜନ ମଲ୍ଲିକ, ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ ଆୟୁକ୍ତ . ଭୁ ରାଜସ୍ବ ଓଡ଼ିଶା , ସାଇଶ୍ରି ଲୋକନାଥ ସେଠି ତହସିଲଦାର ବରୀ ଓ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବରିଷ୍ଠ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶନା ଶ୍ରୀଯୁକ୍ତ ସଚି ଦାସ ଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁସ୍ତକ ମେଳା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦୋକାନ ବଜାର, ପ୍ରତିଦିନ ବିଭିନ୍ନ ଅଂଚଳରୁ ଆସିଥିବା କଳାକାର ମାନଙ୍କ  କଳା ପ୍ରଦର୍ଶନ ବିଭିନ୍ନ ପ୍ରକାର ଦୋଳି ଖେଳର ମଜା ଦର୍ଶକ ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା।