ଭୁବନେଶ୍ୱର: ଖୁବଶିଘ୍ର ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ଉଡିବ ବିମାନ । ଆସନ୍ତା ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ୱରରୁ ସିଧା ଦୁବାଇ ପର୍ଯ୍ୟନ୍ତ ବିମାନ ଉଡବି । ସେହି ବିମାନର ନାମ ଇଣ୍ଡିଗୋ ବିମାନ । ଏନେଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଭୁବନେଶ୍ବରରୁ ଦୁବାଇକୁ ଯିବାକୁ ଥିବା ବିମାନଟି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମାର୍ଚ୍ଚ ୫ ତାରିଖ ରେ ସନ୍ଧ୍ୟା ୬ଟା ୦୫ ସମୟ ରେ ବାହାରି ୯ଟା ୪୫ ରେ ଦୁବାଇରେ ପହଞ୍ଚିବ । ସେହିପରି ଅନ୍ୟଏକ ବିମାନ ସକାଳ ୧୧.୨୫ରେ ଦୁବାଇ ଛାଡିବା ସହ ଭୁବନେଶ୍ବରରେ ସନ୍ଧ୍ୟା ୫ଟା.୦୫ ରେ ପହଞ୍ଚିବ ।