ଆତଙ୍କି ମାଙ୍କଡକୁ କାଵୁ କଲା ବନ ବିଭାଗ, ଲୋକେ ଆଶ୍ବସ୍ତ

0

ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ) : କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ କୋଟୁଆଁ ଗ୍ରାମରେ ଆଜକୁ ଦୁଇ ମାସରୁ ଉର୍ଦ୍ଧ୍ଵ ହେଲା ପାଗଳ  ମାଙ୍କଡ ଆତଙ୍କ ସୃଷ୍ଟି କରିଆସୁଛି ।     ଵନ ବିଭାଗ କଟକ ରେଞ୍ଜ୍ ଅଧିନସ୍ଥ ଓଡ଼ପଡ଼ା ବିଟ୍ ହାଉସର କର୍ମଚାରୀମାନେ ଯନ୍ତା ବସାଇ ପାହାଳ ମାଙ୍କଡକୁ କାଵୁ କରିଛନ୍ତି। ଏହି  ମାଙ୍କଡ଼ର ଦୌରାତ୍ମରେ ଲୋକେ ଆତଙ୍କିତ ହୋଇପଡୁ ଥିବା ଅଭିଯୋଗ ହୋଇ ଆସୁଥିଲା। ଏପରି କି ଏହି ମାଙ୍କଡ଼ର ଆକ୍ରମଣରେ ଅନେକ ଲୋକ ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏହି ମାଙ୍କଡ଼ର ଉତ୍ପାତ ଏତେ ବଢି ଯାଇଥିଲା ଯେ ଲୋକେ ପଦାକୁ ବାହାରିବାକୁ ନିରାପଦ ମଣୁ ନଥିଲେ। ଖଵର ପାଇ ବନରକ୍ଷୀ ହିମାଂଶୁ ବିଶ୍ୱାଳ ଓ ବନରକ୍ଷୀ ସୁକାନ୍ତ ମୁର୍ମୁ ପ୍ରମୁଖ ଏକ ଯନ୍ତାରେ କଦଳୀ କାନ୍ଦି ରଖି ଜଗି ରହିଥିଲେ। ମାଙ୍କଡଟି କଦଳୀ ଖାଇବା ଆଶାରେ ଯନ୍ତାରେ ପଶିଯିବାରୁ ଯନ୍ତାର ଦ୍ୱାର ଆପେ ଆପେ ବନ୍ଦ ହୋଇଯାଇଥିଲା। ଫଳରେ ମାଙ୍କଡ଼ ଧରା ପଡ଼ିଥିଲା। ସୂଚନାଯୋଗ୍ୟଯେ କଟକ ସଦର ଅଞ୍ଚଳରେ ଲାଗି ରହିଥିବା ମାଙ୍କଡ ଓ ଷଣ୍ଢଙ୍କ ଉତ୍ପାତ ବୃଦ୍ଧି ପାଉଥିବାରୁ ଚାଷୀଙ୍କ ଚାଷ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଆସୁଛି। ଏଥିପ୍ରତି ଦୃଷ୍ଟି ଦିଆଯିବା ସହ ମାଙ୍କଡ଼ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।