ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ କାଠ ସହ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ

0

ବଡଚଣା / ବେଦପ୍ରକାଶ ନାୟକ :ମୂଲ୍ୟବାନ କାଠ ଜବତ ସହ ଜଣେ ଗିରଫ । ଡାଳିଯୋଡ଼ା ବନାଞ୍ଚଳ ଓ କଟକ ଭିଜିଲାନ୍ସ ମିଳିତ ଚଢ଼ାଉ କରି ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ରାଇଝର ଗ୍ରାମରୁ ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ କାଠ ଓ ପଟା ଜବତ କରିବା ସହ ଆସାମୀ କୁ ବନ ବିଭାଗ ଗିରଫ କରିଛି। କଟକ ଭିଜିଲାନ୍ସ ଓ ଡାଳିଯୋଡ଼ା ବନ ବିଭାଗ କୌଣସି ସୂତ୍ର ରୁ ଖବର ପାଇ ରାଇଝର ଗ୍ରାମ ର ଅଟଳ ଖିଲାର ଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଚଢେଊ ବେଳେ ତାଙ୍କ ଘରୁ ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ କାଠ, ପଟା ଜବତ କରାଯାଇଛି । ବନ ବିଭାଗ କାଠ ଗୁଡିକୁ ଜବତ କରିବା ସହ ଆସାମୀ ଅଟଳ ଖିଲାରଙ୍କୁ ଗିରଫ କରିଛି। ଏହି ଚଢ଼ାଉ ରେ ଏସିଏଫ ସବିତା ସୋରେନ, ଭିଜିଲାନ୍ସ ଅଧିକାରୀ ସୋମ୍ୟ ପଣ୍ଡା, ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀ ହିମାଂଶୁ ଶେଖର ପୃଷ୍ଟି, ବୈରୀ ବନଖଣ୍ଡ ଅଧିକାରୀ ମାଣିକ ମୁଣ୍ଡା, ଚଣ୍ଡିଖୋଲ ବନଖଣ୍ଡ ଅଧିକାରୀ ଅଶ୍ୱିନୀ ସାହୁ, ରଶ୍ମି ରଞ୍ଜନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଜବତ କାଠ ର ମୂଲ୍ୟ ଆନୁମାନିକ ୫୦ହଜାର ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।