ଫେବ୍ରୁଆରି ୮ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା

0

ଭୁବନେଶ୍ୱର: ଫେବ୍ରୁଆରି ୮ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନଙ୍କ ପାଖକୁ ବ୍ୟାଙ୍କରୁ ଫୋନ୍ ଯିବ, ସେମାନେ ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ନିଜର ଇକେୱାଇସି ଠିକ୍ କରିଦେଲେ ସେମାନଙ୍କୁ ବି ସୁଭଦ୍ରା ଟଙ୍କା ଦିଆଯିବ।

ଯଦି ୩/୪ରେ ଏନପିସିଆଇ କ୍ଲିଅର୍ ହୋଇଯିବ, ତେବେ ’ସୁଭଦ୍ରା ଯୋଜନା’ରେ ୧ କୋଟି ହିତାଧିକାରୀ ହୋଇଯିବ। ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯେତେସଂଖ୍ୟକ ମହିଳାଙ୍କୁ ସମ୍ଭବ ଦିଆଯିବ। ଓଡ଼ିଶା ସରକାର  ଟଙ୍କା ଦେବାରେ ହେଳା କରିବେ ନାହିଁ। ଏଯାଏ ୮୦ ଲକ୍ଷମହିଳାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇସାରିଛି।