ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ହେଲା ଗାଇଡ ଲାଇନ

0

(ଭୁବନେଶ୍ୱର/ ରିପୋଟର୍ସ ଟୁଡେ): କରୋନା କଟକଣା ସହ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାରୁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ କୋଭିଡ କଟକଣା ସମ୍ପର୍କରେ ଗୃହ ବିଭାଗ ଦ୍ୱାରା ଏକ ଚିଠି ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଯାଇଛି । ପ୍ରତିବର୍ଷ ଏନସିସି ତଥା ସ୍କୁଲ ଛାତ୍ରଛାତ୍ରୀ ପରେଡରେ ଭାଗ ନେଉଥିବା ବେଳେ ଚଳିତ ବର୍ଷ ସେଥିରୁ ବଞ୍ଚିତ ହେବେ । ଏଥିସହ ସାଂସ୍କୃତିକ କାର୍ୟ୍ୟକ୍ରମକୁ ବ୍ୟାନ କରାଯାଇଛି । ସାଧାରଣତନ୍ତ୍ର ଦିବସରେ ସକାଳ ୮ଟା ୩୦ରେ ମୁଖ୍ୟ ଅତିଥି ପତାକା ଉତେଳନ କରିବା ପରେ ଜାତୀୟ ସଙ୍ଗୀତଗାନ କରାଯିବ । ସୀମିତ ସଂଖ୍ୟକ ଅତିଥିଙ୍କ ଗହଣରେ ମାସ୍କ ସହ ଶାରୀରିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି । ଏହି ଅବସରରେ ଅନଲାଇନ ପ୍ରବନ୍ଧ କିମ୍ବା କୁଇଜ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ଜଣାଇଛନ୍ତି ।