‘ଅପରେସନ ସିନ୍ଦୂର’ ସମ୍ପର୍କରେ କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ସୂଚନା ଦେବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି

0

ନୂଆଦିଲ୍ଲୀ-: ‘ଅପରେସନ ସିନ୍ଦୂର’ ସମ୍ପର୍କରେ କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ  ସୂଚନା ଦେବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଚିଲିଛି ସର୍ବଦଳୀୟ ବୈଠକ । ସଂସଦ ଭବନରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, କିରଣ ରିଜୁ, ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡଗେ, ରାହୁଲ ଗାନ୍ଧୀ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ମେ ୬ ତାରିଖ ରାତିରେ ଭାରତୀୟ ସେନା POK ଓ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହି ନିୟନ୍ତ୍ରିତ ଏୟାରଷ୍ଟ୍ରାଇକରେ ବହୁ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ୯ ଆତଙ୍କୀ ଆଡ୍ଡା ମାଟିରେ ମିଶିଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜୁ ସଂସଦ ଭବନ ପରିସରରେ ଥିବା ଲାଇବ୍ରେରି ବିଲଡିଂରେ ଏହି ବୈଠକ ହେବ ନେଇ ସୂଚନା ଦେଇଥିଲେ ।