ଭୁବନେଶ୍ୱର: ଆଜି ଅଷ୍ଟମ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି 1000 ଦରଖାସ୍ତ ପଞ୍ଜିକୃତ ହୋଇଛି । 700 ଅଭିଯୋଗ ଶୁଣି କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠା ଯାଇଛି । ଆଜି ଯାଏଁ ମୋଟ 8031 ଦରଖାସ୍ତ, ମିଳିଥିବା ବେଳେ6 ହଜାର 545 ଅଭିଯୋଗର ସମାଧାନ ହୋଇଛି ।
ଯେତିକି ଅଭିଯୋଗ ଆସିଛି ବିଭିନ୍ନ ବିଭାଗ ସହ ଆଲୋଚନା କରି ସମାଧାନ କରାଯାଉଛି । ପ୍ରାୟ 81 ପ୍ରତିଶତ ଅଭିଯୋଗ ସମାଧାନ ହୋଇଛି । ଆଜି ବୌଦ୍ଧ ଜିଲ୍ଲାର ଜଣେ ଶିଶୁକୁ ସିଙ୍ଗଲ ୱାଇଣ୍ଡ ସିଷ୍ଟମ ମାଧ୍ୟମରେ 5 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି ।
ତାଙ୍କର ଘର ନଥିବାରୁ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 90 ଦିନ ଭିତରେ ଆବେଦନର ସାମାଧାନ ପାଇଁ ଚେଷ୍ଟା କରୁଛନ୍ତି ସରକାର । ଭୁବନେଶ୍ୱର ନ ଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଆସି ଅଯଥା ଖର୍ଚ୍ଚ ନକରି ଜିଲ୍ଲା ସ୍ତରରେ ଅଭିଯୋଗ କରିବାକୁ କହିଲେ ।