ଯେଉଁମାନେ ମଲେଇ ଖାଇ ପଳେଇଛନ୍ତି ସେମାନଙ୍କୁ ସରକାର ବାନ୍ଧିବାକୁ ବ୍ୟବସ୍ଥା କରନ୍ତୁ;ବିଧାୟକ ଗଣେଶ୍ୱର ବେହେରା

0

ଭୁବନେଶ୍ୱର;ପୂର୍ବ ସରକାର ସମୟରେ ଠିକାଦାର ମାନେ ମଲେଇ ନେଇ ପଳେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ରବି ନାୟକ। ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ । କେବଳ ଘରକୁ ଟ୍ୟାପ ଲଗାଇଛନ୍ତି। ଯେଉଁମାନେ ଠିକା ନେଇଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ନେଇ ପଳାଇଛନ୍ତି । ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି କିନ୍ତୁ ତା ପରବର୍ତ୍ତୀ ପାଣି ବିଶୋଧନ କରିବା ପାଇଁ ଟ୍ୟାଙ୍କ କାମ ଏବେ ବି ବାକି ଥିବା ଗୃହରେ କହିଛନ୍ତି ମନ୍ତ୍ରୀ । ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଯେଉଁମାନେ ମଲେଇ ଖାଇ ପଳେଇଛନ୍ତି ସେମାନଙ୍କୁ ସରକାର ବାନ୍ଧିବାକୁ ବ୍ୟବସ୍ଥା କରନ୍ତୁ । ଉତ୍ତରରେ ମନ୍ତ୍ରୀ କହିଛନ୍ତି ,ଯେଉଁମାନେ ମେଗା ପାନୀୟ ଜଳ ପ୍ରକଳ୍ପ ନେଇଛନ୍ତି ସେମାନେ ଆମ ରାଜ୍ୟର ନୁହଁନ୍ତି।ସେମାନଙ୍କ ଦ୍ଵାରା ଓଡିଶାକୁ ଠକି ବାକୁ ବଡ଼ ଯୋଜନା କରାଯାଇଥିଲା ।ପ୍ରକଳ୍ପ ନେଇଥିବା କମ୍ପାନୀ ଟଙ୍କାଟିଏ ବି ଖର୍ଚ୍ଚ କରି ନାହାନ୍ତି ନିଜ ପକେଟ ରୁ । ସରକାର ଟଙ୍କ ଦେବା ପରେ ହିଁ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି । ପ୍ରକଳ୍ପ ପାଇବା ପାଇଁ ପେଟି ଆକାର ରେ ଟଙ୍କା ବାଣ୍ଟିଛନ୍ତି। ଆମେ ତାଙ୍କ ନାଡୀ ଚିପିବା ବେଳେ ଜାଣିବାକୁ ପାଇଛୁ ।