ସାଙ୍ଗଙ୍କ ସହ ମିଶି ଦାଦାକୁ ହତ୍ୟା କରିବା ସହ ଖୁଡିକୁ ମରଣାତ୍ମକ ଅକ୍ରମଣ କଲା ପୁତୁରା

0

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୪ ଜଣ ସାଙ୍ଗଙ୍କ ସହ ନିଜ ଦାଦାକୁ ହତ୍ୟା କରିବା ସହ ଖୁଡିଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା ପୁତୁରା। ଗତ ୫ ତାରିଖ ଦିନ ସକାଳେ କଟକ ଜିଲ୍ଲା ସାଲେପୁର ଥାନା କୁଳିଆ ଠାରେ ନିଜ ଜଳଖିଆ ଦୋକାନରୁ ଦାଦା ହରେକୃଷ୍ଣ ପୃଷ୍ଟିଙ୍କ ରକ୍ତ ଜୁଡୁବୁଡୁ  ମୃତ ଦେହ ମିଳିବା ସହ ଖୁଡି ଅନ୍ନପୂର୍ଣାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା। ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନି କୁକୁର ସାହାଯ୍ୟ ରେ ତଦନ୍ତ କରିବା ପରେ ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ପୁତୁରା ଭରତ ପୃଷ୍ଟି  ହତ୍ୟାକାଣ୍ଡ ରାତିରେ ନିଜର ୪ ଜଣ ସାଙ୍ଗ ସେହି ଅଞ୍ଚଳର ଦୀପକ କୁମାର ବେହେରା , ରବୀନ୍ଦ୍ର ସାହୁ, ଲଷ୍ମୀଧର ସାହୁ, ବୀରକିଶୋର ସାହୁଙ୍କ ସହ ଭୋଜି କରିଥିଲା। ସେଠାରେ ତାର ଦାଦାଙ୍କୁ ହତ୍ୟା କରିବା ପାଇଁ ଯୋଜନା ମଧ୍ୟ କରିଥିଲା। ଯୋଜନା ମୁତାବକ ଦାଦା ଖୁଡି ଉଭୟ ରାତିରେ ସୋଇଥିବା ବେଳେ ଦୁଇଟି ଟାଙ୍ଗିଆରେ ଭରତ ଓ ତାର ସାଙ୍ଗମାନେ ଏଭଳି ବିବତ୍ସକାଣ୍ଡ ଭିଆଇ ଥିବା ଆଜି ସାଲେପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କହିଛନ୍ତି। ସେମାନକଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଦୁଇଟି ରକ୍ତ ଲଗା ଟାଙ୍ଗିଆ ଜବତ ମଧ୍ୟ ହୋଇଛି।