ଟାଙ୍ଗୀ / ରାକେଶ କୁମାର ଜଗଦେବ : ସାମାନ୍ୟ ସମ୍ପତି ଲୋଭରେ କେଇ ଟଙ୍କା ପାଇଁ ହିତାହିତ ଜ୍ଞାନ ଭୁଲିଗଲା ନାତି । ଯାହାର ହାତ ଧରି ଚାଲି ଶିଖିଥିଲା, ଯାହା କୋଳରେ ବସି ପରି ରାଇଜର ଗପ ଶୁଣିଥିଲାଏବଂ ଯାହାର କାନ୍ଧ ଉପରେ ବସି ନାଟ, ତାମସା, ଯାତରା, ମେଳା, ମଉଛବ ବୁଲି ଦେଖିଥିଲା ସେହି ଜେଜେଙ୍କୁ ସମ୍ପତି ଲୋଭ ରେ ମରାଣାନ୍ତକ ଆକ୍ରମଣ କରିବାକୁ ପଛାଇ ନାହିଁ ନାତି । ଫଳରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରି ଜେଜେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବ୍ରାହ୍ମଣ ଡିହ ଗ୍ରାମରେ । ବ୍ରାହ୍ମଣ ଡିହ ଗ୍ରାମର ୭୫ ବର୍ଷିୟ ଗଙ୍ଗାଧର ପଲାଇ ଙ୍କୁ ତାଙ୍କ ନାତି ଜମିବାଡି ପାଇବାକୁ କେନ୍ଦ୍ର କରି କାଠ ଫାଳିଆ ରେ ଆକ୍ରମଣ କରିଥିଲେ।
ଆକ୍ରମଣ ରେ ଲହୁ ଲୁହାଣ ହୋଇ ଗଙ୍ଗାଧର ଚିତ୍କାର କରିଥିଲେ ମଧ୍ୟ ନାତି ଏହାକୁ କର୍ଣପାତ କରିନଥିଲା। ଜେଜେ ର ମୁଣ୍ଡ, କାନ ମୁଣ୍ଡାକୁ କାଠ ଫାଳିଆ ରେ ବାରମ୍ବାର ଆକ୍ରମଣ କରିଥିଲା। ଫଳରେ ଗୁରୁତ୍ୱର ହୋଇପଡିଥିଲେ ଗଙ୍ଗାଧର। ଘଟଣାସ୍ଥଳରୁ ପରିବାର ଲୋକେ ଗଙ୍ଗାଧରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗଙ୍ଗାଧର ଅଧିକ ଚିକିତ୍ସା ଲାଗି ଡାକ୍ତର ତାଙ୍କୁ ଭୂବନେଶ୍ୱର କୁ ସ୍ଥାନାନ୍ତର କରିଛନ୍ତି। ଗିରଫ ଭୟରେ ନାତି ଫେରାର ହୋଇ ଯାଇଥିବା କୁହାଯାଉଛି ।