ଜ଼ିଲ୍ଲା ପରିଷଦ ଅନୁଦାନରୁ ମିଳିଲା ସହାୟତା ରାଶି

0

ସୋନପୁର(ଓମ ପ୍ରକାଶ ମିଶ୍ର) ଆଜି ଶ୍ରୀରାମ ମହାବିଦ୍ୟାଳୟ ପରିସରରେ ବିଜ୍ଞାନ ଲାବୋଟାରୀକୁ ତିନ ଲକ୍ଷ ଟଙ୍କା ଏବଂ ବିଜୁ ପଟ୍ଟନାୟକ ହରିଜନଓ ଆଦିବାସୀ ହଷ୍ଟେଲ କୁ ରାସ୍ତା କଂକ୍ରିଟ କରଣ ସକାଶେ ଦୁଇଲକ୍ଷ ଜ଼ିଲ୍ଲା ପରିଷଦ ଅନୁଦାନରୁ ନିର୍ମାଣ ପାଇଁ ଭୂମି ପୂଜନ କରାଗଲା l ଏଥିରେ ଶ୍ରୀରାମ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାମପୁର ଜ଼ିଲ୍ଲା ପରିଷଦ ଜୋନର ସଭ୍ୟା ଶ୍ରୀମତୀ ମମତା ମଟାରୀ, ଶ୍ରୀରାମv ରାମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଧୂରବଚରଣ ପଧାନଙ୍କ କର କମଲ ରେ କରାଗଲା l ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ଥିଲେ  l ତା ସହିତ ଆଜି ମହାବିଦ୍ୟାଳୟ ରେ ଉପସ୍ଥିତ ଥିବା ଛାତ୍ର, ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ମାସ୍କ ବଣ୍ଟନ ମଧ୍ୟ କରାଗଲା  l