କନ୍ଦାଇଲା ପେଟ୍ରୋଲ ଦର ; ସାଇକେଲରେ ଗଲେ ବର

0

ଭୁବନେଶ୍ୱର : ଆଜିକାଲି ବିାବହକୁ ମନେରଖିବା ପାଇଁ କେତେ କଣ ଅୟୋଜନ କରାଯାଉଛି । ବାହାଘର କଥା ଉଠିବା ଦିନଠୁ ରିସେପସନ ପର୍ଯ୍ୟନ୍ତ ରହୁଛି ଅନେକ ରସମ । ପୁରା ନିଆରା ଢଙ୍ଗରେ ବେଶ ଜାକଜକମରେ ବାହାଘର କରାଯାଉଛି । ଆଜିିକାଲି ବର ରଥ କି କାରରେ ଯିବାକୁ ଚାହୁୁଁଥିବା ବେଳେ ଏଠି କିନ୍ତୁ କଥା ଟା ସମ୍ପୂର୍ଣ୍ଣ ଭିନ୍ନ । ଏଠି ବର କାର କି ଘୋଡା ରେ ନୁହଁ ବରଂ ସାଇକେଲରେ ଯିବାକୁ ମନବଳାଇଛନ୍ତି । ଆକାଶ ଛୁଆଁ ପେଟ୍ରୋଲ, ଡିଜେଲ ଦର କୁ ନଜର ରଖି ସା୍ମର୍ଟ ସିଟିର ଏହି ସ୍ମାର୍ଟ ବର ଜଣଙ୍କ ଏପରି ନେଇଥିଲେ ନିଷ୍ପତ୍ତି । ଏଭଳି ଏକ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ ।

ବର ବେଶରେ ଭୁବନେଶ୍ୱରର ଶୁଭ୍ରାଂସୁ ସାମଲ । ନା ଥିଲା କାର ନା ରଥ , ବିବାହ ମଣ୍ଡପକୁ ସାଇକେଲରେ ଯାଇଥିଲେ ଶୁଭ୍ରାଂସୁ । ମୁଣ୍ଡରେ ପଗଡି ବେକରେ ମାଳା ଆଉ ସେରୁଆନୀ ପିନ୍ଧି ଯୁବକ ଜଣଙ୍କ ପୁରା ବର ବେଶରେ ସଜେଇ ହୋଇ ସାଇକେଲରେ କନିଆ ଘରକୁ ଯାଉଛନ୍ତି । ଆଉ ତଙ୍କ ସହ ଚାଲିଚାଲି ଯାଉଛନ୍ତି ବରଯାତ୍ରୀ । ସାଇକେଲରେ ଯିବା କଥାକୁ ପରିବାରରେ ଜଣାଇବା ପରେ ପରିବାର ଲୋକେ ମଧ୍ୟ ସହମତି ପ୍ରକାଶ କରିଥିଲେ । ସେ ୟୁନିଟ – ୩ଅଞ୍ଚଳରେ ବାସ କରନ୍ତି । ଆଉ ତାଙ୍କ ବିବାହ ବି ସେହି ଅଞ୍ଚଳରେ ହିଁ ସ୍ଥିର ହୋଇଥିଲା । ବିଧି ଅନୁସାରେ ବିବାହ କାର୍ଯ୍ୟ ହୋଇଥିଲା । ଡିଜେ ସାଙ୍ଗକୁ ବରଯାତ୍ରୀଙ୍କ ଡାନ୍ସରେ ଦୁଲୁକୁଥିଲା ପୁରା ରାଜଧାନୀ । ଏବେ ଶୁଭ୍ରାଂସୁଙ୍କ ଏପରି ଚିନ୍ତା ଧାରା କୁ ସାଧାରଣ ଲୋକେ ବେଶ ପସନ୍ଦ କରିଛନ୍ତି ।