ନୂଆଦିଲ୍ଲୀ-: ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଆଡ୍ଡା ଧ୍ୱଂସ କରିବା ସହ ଅନେକ ଆତଙ୍କୀଙ୍କୁ ନିପାତ କରାଯାଇଛି । ଏହି ସମୟରେ ଚୀନ ଓ ତୁର୍କୀ ଭଳି ଦେଶ ପାକିସ୍ତାନକୁ ସହଯୋଗ କରି ଭାରତକୁ ବଦନାମ କରିବାକୁ ପ୍ରୟାସ ଚଳାଇଥିଲେ । ଏଭଳି ସ୍ଥଳେ ତାଲିବାନ କିନ୍ତୁ ଭାରତକୁ ସମର୍ଥନ କରିଛି ଆଉ ପାକିସ୍ତାନର ଚିନ୍ତା ବଢ଼ାଇଛି ।
ତେବେ ପୂର୍ବରୁ ଭାରତ ସହ ଆପଗାନିସ୍ତାନର ଭଲ ସଂପର୍କ ରହିଥିବା ବେଳେ ଆଫଗାନିସ୍ତାନ ଏବେ ପହଲଗାମ ଆକ୍ରମଣକୁ ନିନ୍ଦା କରିଛି ଏବଂ ସିଧାସଳଖ ଭାରତ ସହିତ ଛିଡ଼ା ହୋଇଥିବା ସଙ୍କେହତ ଦେଇଛି । ଯେଉଁଠାରେ ଗୋଟିଏ ପଟେ ଆଫଗାନିସ୍ତାନ ଭାରତକୁ ସମର୍ଥନ ଦେଖାଇଥିବା ବେଳେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ସ୍ପଷ୍ଟ ଭାବରେ ମଜବୁତ ହେଉଥିବା ଦେଖାଯାଉଛି । ତାଲିବାନ ସରକାର ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରୁଛନ୍ତି ।
ପହଲଗାମ ଘଟଣାରେ ଭାରତର ସମର୍ଥନ କରିଥିବାରୁ ଆଫଗାନିସ୍ତାନକୁ ଧନ୍ୟବାଦ ଜଣାଇଲା ଭାରତ । ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁସ୍ତାକିଙ୍କ ସହ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ତେବେ ଏହା ହେଉଛି ଭାରତ ଓ ତାଲିବାନ ମଧ୍ୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା ।
ଗତ ୫ ମାସରେ, ଉଭୟ ଦେଶ ୩ ଥରରୁ ଅଧିକ ଆଲୋଚନା କରିଛନ୍ତି । ଏବେ ପୁଣି ଭାରତ-ପାକ୍ ଉତ୍ତେଜନା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମେ ୧୫ରେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଛନ୍ତି ଯେ ସେ ତାଲିବାନି ସରକାରଙ୍କ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ସେ ଫୋନ୍ରେ ହୋଇଥିବା ଏହି କଥାବାର୍ତ୍ତା ବିଷୟରେ ସୂଚନା ଦେଇଥିଲେ ।