ବ୍ୟୁରୋ : ଜଣେ ଦିନ ମଜୁରିଆଙ୍କ ଉପରେ ଜିଏସଟି ବିଭାଗ ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ ଲଗାଇଛି । ଜିଏସଟି ବିଭାଗର ନୋଟିସ୍ ପାଇବା ପରେ ବ୍ୟକ୍ତିଙ୍କ ପାଦତଳୁ ମାଟି ଖସିଯାଇଛି । ତାଙ୍କର ରୋଜଗାର ମାସକୁ ମାତ୍ର ୧୬ ହଜାର ଟଙ୍କା କିନ୍ତୁ ପାଖାପାଖି ୨କୋଟିର ଇନକମ୍ ଟ୍ୟାକ୍ସ ନୋଟିସ୍ ଆସିଛି । ଗୁଜରାଟର ପାଟଣା ଜିଲ୍ଲାରୁ ଏପରି ଅଶ୍ଚର୍ୟ୍ୟ କଲା ଭଳି ଘଟଣା ଆସିଛି ।
ପ୍ରକାଶ ଯୋଗ୍ୟ ଯେ, ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଦୁଇ ପଇସା ରୋଜଗାର କରନ୍ତି ।
ମାସକୁ ମାତ୍ର ତାଙ୍କର ୧୬ ହଜାର ଟଙ୍କା ରୋଜଗାର । ଏଥିରେ ହିଁ ତାଙ୍କ ଘରର ଭରଣ ପୋଷଣ ହୋଇଥାଏ । କିନ୍ତୁ ତାଙ୍କ ଉପରେ ଏତେ ଟଙ୍କାର ଟ୍ୟାକ୍ସ କେମିତି ଲଗାଇଲା ବେଙ୍ଗାଲୁରୁ ଜିଏସଟି ବିଭାଗ ?
କାହିଁକି ଟ୍ୟାକ୍ସ ଲାଗିଲା ?
ଜିଏସଟି ନୋଟିସ ପାଇବା ପରେ ସୁନୀଲ୍ ଜଣେ ଓକିଲଙ୍କୁ ପରାମର୍ଶ କରିଥିଲେ । ତଦନ୍ତ ପରେ ଜଣାପଡିଲା ଭିନ୍ନ ଭିନ୍ନ ସ୍ଥାନରେ ୧୧ଟି କମ୍ପାନୀ ଚାଲିଛି । ଆଉ ସେହି କମ୍ପାନୀ କୌଣସି ଟ୍ୟାକ୍ସ ଦେଉନାହିଁ । ଯେଉଁ କାରଣରୁ ସୁନୀଲଙ୍କ ପାଖକୁ ମୋଟା ଅଙ୍କର ଟ୍ୟାକ୍ସ ନୋଟିସ୍ ଆସିଛି ।
କ’ଣ ଏହି ୧୧ ଟି କମ୍ପାନୀର ରହସ୍ୟ ?
ଏହି ଘଟଣାର ପୁରୋଧା ସାଇବର ଠକ । ଆଧାର କାର୍ଡକୁ ଫର୍ଜି କରି ବିଭିନ୍ନ ପ୍ରକାର ଅପରାଧ ହେଉଥିବା ଖବର ସାମ୍ନାକୁ ଆସିଛି । ଏଠାରେ ମଧ୍ୟ ସମାନ ପ୍ରକାର ଘଟଣା ହୋଇଛି । ସୁନୀଲଙ୍କ ଆଧାର କାର୍ଡକୁ ବ୍ୟବହାର କରି ୧୧ଟି ସ୍ଥାନ ଉତ୍ତର ପ୍ରଦେଶର ଅଯୋଧ୍ୟା, ଅଲିଗଡ, ଅରୁଣାଚଳପ୍ରଦେଶ, ମଣିପୁର, ତ୍ରିପୁରା, ନାଗପୁର, କର୍ଣ୍ଣାଟକ, ତାମିଲନାଡୁ, ଆଣ୍ଡାମାନ୍ ନିକୋବର୍ ଭଳି ସ୍ଥାନରେ କମ୍ପାନୀ ଖୋଲି ସାଇବର ଠକ ବ୍ୟବସାୟ କରି ଆସୁଛି ।
ଘଟଣା ସାମ୍ନାକୁ ଆସିବା ପରେ ସୁନୀଲ ଓ ତାଙ୍କ ପରିବାର ଗୃହ ବିଭାଗ ଏବଂ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି । ଏହା ପଛରେ ଜଣେ ନୁହେଁ ପୂରା ରାକେଟ୍ କାମ କରୁଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।