ସୁବର୍ଣ୍ଣପୁର ସହରରେ ଝୁଲଣ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି…

0

ସୁବର୍ଣ୍ଣପୁର ସହରରେ ଝୁଲଣ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ଦୋଳ ପୂର୍ଣ୍ଣିମା ସକାଳେ ସହରର ରାଜ ଉଆସ ସମ୍ମୁଖରେ ଥ‌ିବା ବଡ଼ ଗୋପାଳଜୀଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପରେ ସନ୍ଧ୍ୟାରେ ବଡ଼ ଗୋପାଳଜୀଙ୍କୁ ମନ୍ଦିର ପରିସରରେ ଥ‌ିବା ଝୁଲଣ ମଣ୍ଡପରେ ଉପବେସନ ପରେ ଠାକୁରଙ୍କୁ ଦୋଳିରେ ବସାଇ ଝୁଲଣ ଯାତ୍ରା କରାଯାଇଥିଲା। ଭୋର ସକାଳେ ସହରର ଇଷ୍ଟଦେବ ସୁବର୍ଣ୍ଣମେରୁ ବାବା, ଚନ୍ଦ୍ରଶେଖର ବାବାଙ୍କ ହରିହର ଭେଟ ଖମ୍ବେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ପରେ ସୁବର୍ଣ୍ଣମେରୁ ବାବା ଗୋପାଳଜୀ ମନ୍ଦିରକୁ ଯାଇଥିଲେ। ସେଠାରେ ମହାଦେବ ମହାପ୍ରଭୁଙ୍କୁ ଭବ୍ୟ ଆତିଥ୍ୟ ଦିଆଯିବା ପରେ ସହରର ସମସ୍ତେ ହୋଲି ଖେଳିଥିଲେ I ଗୋପାଳଜୀ ମଠାଧୂଶ ମହନ୍ତ ବଂଶୀଧର ଦାସ ଜୀ ମହାରାଜଙ୍କ ନିର୍ଦ୍ଦେଶରେ ଆୟୋଜିତ ରାଧାକୃଷ୍ଣଙ୍କ ଝୁଲଣଯାତ୍ରାର ଅପୂର୍ବ ଦୃଶ୍ୟ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରରେ ଶତାଧୂକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଯାତ୍ରା ପାଇଁ ମନ୍ଦିର ପରି ପରିସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ମନ୍ଦିର ପରିସରରେ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରାମନାରାୟଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବଡ଼ଗୋପାଳଜୀ ମନ୍ଦିର କମିଟି ସଭାପତି ଧୂରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ସୀତାରାମ ମିଶ୍ର, ନୀଳକଣ୍ଠ ସାହୁ, ସୂର୍ଯ୍ୟନାରାୟଣ ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ସୂର୍ଯ୍ୟନାରାୟଣ ପୂଜାରୀ, କାର୍ଷିକ ତରିଆ ପ୍ରମୁଖ ସହଯୋଗ କରିଥିଲେ ।