ଶିଶୁ ଦିବସରେପିଲାଙ୍କୁ ଭାଷଣ ଦେଉଥିବା ବେଳେ ଟଳିପଡିଲେ ପ୍ରଧାନ ଶିକ୍ଷକ

0

ବଲାଙ୍ଗୀର : ପିଲାଙ୍କୁ ଭାଷଣ ଦେଉଥିବା ବେଳେ ଟଳିପଡିଲେ ପ୍ରଧାନ ଶିକ୍ଷକ । ଆଜି ଶିଶୁ ଦିବସ ହୋଇଥିବା ରୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଭାଷଣ ଦେଉଥିଲେ ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ। ଏଭଳି ଏକ ବଡ଼ ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଲ୍ଲୀବିକାଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ। ପ୍ରାଣ ହରାଇଥିବା ପ୍ରଧାନଶିକ୍ଷକଙ୍କ ନାଁ ପର୍ଶୁରାମ ଦାସ ଏବଂ ତାଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାପଡଇଛି ।
ସୂଚନା ଅନୁଯାୟୀ,ଆଜି ଶିଶୁ ଦିବସ ଅବସରରେ ବିଦ୍ୟାଳୟରେ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଠି ଛାତ୍ରଛାତ୍ରୀମାନଙ୍କ ସହିତ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ବି ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷକ କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଭାଷଣ ଦେଉଥିଲେ। ଏହି ସମୟରେ ସେ ହଠାତ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଉଚ୍ଚ ବିଦ୍ୟାଳୟ ସମୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।