ଭୁବନେଶ୍ୱର:ଫାଇଲେରିଆ ନିରାକରଣ ଅଭିଯାନ, ସାମୁହିକ ଔଷଧ ସେବନ ଅଭିଯାନ ପାଇଁ ଗଣମାଧ୍ୟମ ସଚେତନତା କର୍ମଶାଳା। ରାଜ୍ୟର 9 ଜିଲ୍ଲା ହେବ ଫାଇଲେରିଆ ମୁକ୍ତ। ଏନେଇ ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ପୁରୀ,ମାଲକାନଗିରି, ନବରଙ୍ଗପୁରରେ, କୋରାପୁଟ,ଗଜପତି,କେନ୍ଦ୍ରାପଡା, ବୌଦ୍ଧ,ଜଗତସିଂହପୁର, ଦେବଗଡ଼ ହେବ ଫାଇଲେରିଆ ମୁକ୍ତ । ଅନ୍ୟ 21 ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହେଲା ଫାଇଲେରିଆ ନିରାକରଣ ଅଭିଯାନ,ପ୍ରଥମ ପର୍ଯ୍ୟାୟରେ 10 ଟି ଜିଲ୍ଲାରେ ଏହି ଅଭିଯାନ କରାଯିବ ଓ ପରବର୍ତୀ ସମୟରେ ଆଉ 11 ଟି ଜିଲ୍ଲାରେ ହେବ ଏହି ଅଭିଜାନ। ପ୍ରଥମ ଦଶଟି ଜିଲ୍ଲାରେ ଡିଇସୀ, ଆଲବେନଣ୍ଡାଜଲ୍ ଟାଵଲେଟ ଲୋକଙ୍କୁ ଦିଆଯିବ,ଅନ୍ୟ ଜିଲ୍ଲାରେ ଏହି ଦୁଇ ଟାଵଲେଟ ସହ ଆଇଭ୍ରମେକଟିନ୍ ଟାଵଲେଟ ଦିଆଯିବ। ଏହିଭଳି ନିୟମିତବ୍ୟବଧାନ ରେ ଏହି ଔଷଧ ସେବନ କଲେ ଖୁବ ଶୀଘ୍ର ରାଜ୍ୟ ଫାଇଲେରିଆ ମୁକ୍ତ ହେବ।