ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କାଲି ହେବ ସମଲିଙ୍ଗୀ ସମ୍ପର୍କକୁ ନେଇ ଶୁଣାଣି । ସମଲିଙ୍ଗୀ ବିବାହ କୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଆସନ୍ତା କାଲି ଶୁଣାଣି ହେବ । କିନ୍ତୁ ଏହା ପୂର୍ବରୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କୁ ମୋଦୀ ସରକାର ଏହି ମାମଲା ରଦ୍ଦ କରିବାକୁ କହିଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ ଜଣିଆ ବେଂଚ ମାମଲାର ଶୁଣାଣି କରିବେ । ସହରର ସମଲିଙ୍ଗୀ ସମ୍ପର୍କକୁ ବେଧ କରିବାକୁ ନେଇ ଆବେଦନ ହୋଇଥିବା ୧୫ ଟି ମାମଲା ହୋଇଛି । ଏସବୁ ମାମଲାକୁ ରଦ୍ଦ କରିବା ସହ ଏହା ଉପରେ ସଂସଦରେ ଏହା ଉପରେ ଆଲୋଚନା କରିବାକୁ କହିଛନ୍ତି କେନ୍ଦ୍ର ସରକାର । ଭାରତୀୟ ପରିବାର ଅନୁସାରେ ଏକ ପରିବାରରେ ସ୍ୱାମୀ, ସ୍ତ୍ରୀ, ପିଲା ରୁହନ୍ତି । କିନ୍ତୁ ସମଲଙ୍ଗୀ ସମ୍ପର୍କ ଭାରତୀୟ ପରିବାରଠୁ ସମ୍ପୁର୍ଣ୍ଣ ଅଲଗା ବୋଲି କୁହାଯାଇଛି ।