ଆସନ୍ତାକାଲି ଠାରୁ ଛଟପଟ କରିବ ଖରା

0

ଭୁବନେଶ୍ୱର; କାଲିଠୁ ପ୍ରବଳ ଖରା । ଫେବୃଆରୀରୁ ନହେଉଣୁ ଖରାରୁ ତ୍ରାହି ନାହିଁ । ଆସନ୍ତାକାଲି ଠାରୁ ପଥଚାରୀଙ୍କୁ ଛଟପଟ କରିବ ଖରା । ଗୋଟିଏ ସପ୍ତାହ ପର୍ଯ୍ୟନ୍ତୁ ତାତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଖାଲି ୪୮ ଘଣ୍ଟା ଘନ କୁହୁଡି ଅସ୍ତବ୍ୟସ୍ତ କରିବ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା ।

ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । ଆଗାମୀ ୫ରୁ ୭ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଉପକୂଳ ଓଡିଶାରେ ତାପମାତ୍ରା ରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ୪୮ ଘଣ୍ଟା ପାଇଁ ଘନ କୁହୁଡ଼ିର ୟେଲୋ ଆଲର୍ଟ ଜାରି ହୋଇଛି ।

 

ଆସନ୍ତା ୨୪ ଘଣ୍ଟା ପାଇଁ ୨୪ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଦେଓଗଡ ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ କରାଇଛି ବିଭାଗ । ସେହିପରି ଆସନ୍ତାକାଲି ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଅନୁଗୁଳ, ଜଗତସିଂହପୁର,କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୧ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

 

୩୧ ତାରିଖରେ ହାଲୁକା ରୁ ମଧ୍ୟମ ଧରଣର କୁହୁଡି ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିବ । ଗତ ୨୪ ଘଣ୍ଟାରେ ୧୦ଟି ଅଞ୍ଚଳରେ ଘନ କୁହୁଡି ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ବରଗଡରେ ସର୍ବାଧିକ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ପାହାଡ଼ିଆ ଅଞ୍ଚଳର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ ହୋଇଛି । ଏହାସହ ଗତ ୨୪ ଘଣ୍ଟାରେ ଅନୁଗୁଳ କୋରାପୁଟ ଓ ନୟାଗଡ଼ରେ ଅତ୍ୟଧିକ ଘନ କୁହୁଡି ସହ ଚାନ୍ଦବାଲି, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭୁବନେଶ୍ୱର ଫୁଲବାଣୀ ଓ ଜଗତସିଂହପୁରରେ ଘନ କୁହୁଡି ଦୃଶ୍ୟମାନ ହୋଇଥିଲା ।