ସାଲେପୁର / ଜ୍ୟୋସ୍ନା ରାଣୀ ସିଂହ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସମୁୟିକ ଆଶ୍ବସ୍ତି ମିଳିଛି। ଜାନୁଆରୀ ୧୭ ପର୍ଯ୍ୟନ୍ତ ପ୍ରତାପଙ୍କ ଅନ୍ତରୀଣ ସୁରକ୍ଷା ମିଆଦକୁ ବୃଦ୍ଧି କରିଛନ୍ତି ମାନ୍ୟବର ହାଇକୋର୍ଟ। ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତାପ ଜେନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଗତ ନଭେମ୍ବର ୨ ତାରିଖରେ ପ୍ରତାପ ଜେନାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବାନେଇ ହୋଇଥିଲା ଅଭିଯୋଗ । ଏହି ମାମଲାରେ ତାଙ୍କୁ ପକ୍ଷଭୁକ୍ତ କରିବା ପାଇଁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଚାଲେଞ୍ଜ କରି ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନଭେମ୍ବର ୨ ତାରିଖରେ ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ପ୍ରତାପ ଜେନାଙ୍କୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହିତ ଜେଏମଏଫସି କୋର୍ଟଙ୍କୁ ରେକର୍ଡ ତଲବ କରିଥିଲେ। ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ପୁଣି ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।