କଣିହାଁ/ଜ୍ୟୋତିରଂଜନ ଧର: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପଞ୍ଚାୟତ ଅଫିସଠାରୁ ମାତ୍ର ୩ ଶହ ମିଟର ଦୂରତା ୫୩ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ୟୁପି୬୪ଏଟି୬୬୩୯ ନମ୍ବର ବିଶିଷ୍ଟ ଏକ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଛି । ସୈାଭାଗ୍ୟବସତଃ ଗାଡିଚାଳକ ଓ ହେଲପର ଅଳ୍ପକେ ବର୍ତି ଯାଇଥିଲେ । ଘଟଣାସ୍ଥଳରୁ ଚାଳକ ଓ ହେଲପର ଚମ୍ପଟ । ଏନେଇ ଥାନାରେ ଏଯାବତ ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ । ଘଟଣାରୁ ପ୍ରକାଶ ଯେ, ଉକ୍ତ ହାଇୱା ଗାଡିଟି ଦେବଗଡରେ ପାଉଁସ ଖୋଲାସ କରି ଫେରୁଥିଲା ବେଳେ ଚାଳକର ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପାରିପାର୍ଶିକ ସ୍ଥିତିରୁ ଜଣାଯାଇଛି । ତେବେ ଉକ୍ତ ହାଇୱାଟି କଣିହାଁ ବ୍ଲକ ଟାକୁଆ ଆସପଣ୍ଡ ଅଭିମୁଖେ ଫେରୁଥିଲା । ହାଇୱା ଗାଡିର ଦ୍ରୁତ ବେଗ ଥିବାରୁ ଚାଳକଙ୍କ ରାସ୍ତାକଡରେ ଥିବା ଏକ କଲଭଟ ଉପରକୁ ଗାଡିକୁ ଚଢାଇ ଦେଇଥିଲେ । ଗାଡିର ଷ୍ଟିୟରିଂ, ଚକା ଓ ସମ୍ମୁଖ ଭାଗ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏହି ରାସ୍ତା ଦେଇ ୨୪ଘଣ୍ଟିଆ ପାଉଁଶ ଗାଡି ଚଳାଚଳ କରୁଥିବା ବେଳେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳଣା ଯୋଗୁଁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଣୁ ରେଙ୍ଗାଳି ପୋଲିସ ପାଉଁଶ ଟ୍ରକ ଚାଳକଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ଦାବୀ ହୋଇଛି ।