ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ଶାବଳ ଭୁସି ହତ୍ୟା କଲା ସ୍ୱାମୀ

0

ହିଞ୍ଜିଳି / ରଜନିକାନ୍ତ ପାତ୍ର: ସ୍ତ୍ରୀକୁ ଶାବଳ ଭୁସି ହତ୍ୟା କଲା ସ୍ୱାମୀ ।  ଏଭଳି ଗଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୋହିଗାଁରେ । ମଦ ପିଇ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ରାଜେନ୍ଦ୍ର ଜେନା ନିଜ ସ୍ତ୍ରୀକୁ  ଝୁନୁ ଜେନା ଙ୍କୁ ହତ୍ୟା କରିଥିବା କୁହାଯାଉଛି । ତେବେ ଏନେଇ ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ  କରୁଥିବା ବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ ଚଳାଇଛି ।

ସୂଚନା ଅନୁଯାୟୀ,  ଘରୋଇ ଗଣ୍ଡଗୋଳକୁ ନେଇ ନିଶାସକ୍ତ ଅବସ୍ଥାରେ ରାଜେନ୍ଦ୍ର ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ନେଇ ସରପଞ୍ଚ ବଶିଷ୍ଟ ଜେନା କହିଥିବା ବେଳେ ହତ୍ୟାକାରୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠା ଯାଇଥିବା ବେଳେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।