ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ତିନି ଦଫା ଦାବି ନେଇ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଗଜପତି / ବିବେକାନନ୍ଦ ବେହେରା : ଶିକ୍ଷକ ଫେଡରେସନର ଧାରଣ ୬ ଦିନରେ ପହଞ୍ଚିଛି । ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଗୋଶାଣୀ ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମାନେ ଆଜକୁ 6 ଦିନରେ ଧାରଣା ଦେଇଛନ୍ତି।ରାଜ୍ୟ ସଙ୍ଘ ଓ ଜିଲ୍ଲା ସଙ୍ଘର ନିର୍ଦ୍ଦେଶ କ୍ରମେ ତିନି ଦଫା ଦାବି ନେଇ ବ୍ଳକରେ ଧାରଣା ଦେଇଛନ୍ତି। ଦାବି ଗୁଡିକ ହେଲା ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, 6/ 7 ବର୍ଷ ଚୁକ୍ତି ଭିତ୍ତିକ ସିନିଆର କୁ ଗଣନା କରି ଜାତୀୟ ଇନକ୍ରିମେଣ୍ଟ ପ୍ରଦାନ ତଥା ପ୍ରମୋସନ ଦେବା, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା। ଏହି କାର୍ଯ୍ୟକ୍ରମ ରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଧାରଣା ଦେଇ ଥିବାର ଦେଖିବାକୁ ମିଳିଛି।