ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ଦୁବୁଲାଵେଡା (ବିକାଶ ନଗର) ଗ୍ରାମରେ ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରସେନ ଗିରି ସାର୍ (୭୬) ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର ନିଜସ୍ବ ବାସ ଭବନରେ ମହାପ୍ରୟାଣ ହୋଇଯାଇଛି ।ସେ ହଠାତ୍ ହୃଦଘାତରେ ଶିକାର ହୋଇ ସୁସ୍ଥ ଥିଲେ । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲ କୁ ନିଆ ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।
ସେ ୧୯୬୦ ମସିହାରୁ ଅନ୍ୟାନ୍ୟ ସରକାରୀ ଚାକିରୀ କୁ ପ୍ରତ୍ୟାଖ୍ୟାନ କରି ଶିକ୍ଷା ଦାନ ମହତ କାମ ଉପରେ ବିଶ୍ବାସ ରଖି ଶିକ୍ଷକତା କରିଥିଲେ । ରାଇରଙ୍ଗପୁର ପିସିଏମ ସ୍କୁଲ, ଈଚିଣ୍ଡା , ଏଜିବାଈ ସ୍କୁଲ ସମେତ ବ୍ଳକର ବିଭିନ୍ନ ସ୍କୁଲରେ ଶିକ୍ଷକତା କରିଥିଲେ । ସେ ଜଣେ ଅମାୟିକ, ମେଳାପି, ଛାତ୍ରଵତ୍ସଳ, ଆଦର୍ଶ, ଧାର୍ମିକ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ସମୟରେ ତାଙ୍କର ପରିବାର ଲୋକେ ଉପସ୍ଥିତ ଥିଲେ । ତାଙ୍କ ଦେହାନ୍ତ ଖଵର ପାଇଁ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ପଶ୍ଚିମ ମୟୂରଭଞ୍ଜ ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ ,ସମାଜସେବୀ ସୁରଥ ପଟ୍ଟନାୟକ,ବିକାଶ ନଗର ଗ୍ରାମ୍ୟ କମିଟି, ପ୍ରାଥମିକ ଶିକ୍ଷକ ସଂଘ ନେତୃବୃନ୍ଦ ଶୁଭେଛୁ , ଆତ୍ମୀୟ,ପରିଜନସମସ୍ତେ ତାଙ୍କ ବାସ ଭବନରେ ପହଞ୍ଚି ପୂଜ୍ୟ ଗୁରୁଙ୍କୁ ପୁଷ୍ପ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ତଦସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।ପରେ ତାଙ୍କର ଶେଷକୃତ୍ୟ ଖଡଖାଈ ନଦୀତଟ ସ୍ବର୍ଗ ଦ୍ଵାରରେ ସଂପନ୍ନ କରାଯାଇଥିଲା ।