ମାଗାଜିନ ବନ୍ଦ ହେବାର କାରଣ ହୋଇଥିଲା କି ସାହାସୀ ସାମ୍ବାଦିକତା..

0

ସାହାସୀ ସାମ୍ବାଦିକତା ପାଇଁ କଣ ବନ୍ଦ ହୋଇଥିଲା ଶହେ ବର୍ଷର ସାପ୍ତାହିକ ମାଗାଜିନ The Illustrated Weekly of India ? ଭାରତର ଖୁବ ଚର୍ଚ୍ଚିତ ଏହି ସପ୍ତାହିକି ୧୯୯୩ ରେ ବନ୍ଦ ହେବା ବେଳେ ଏହାର ସମ୍ପାଦକ ଥିଲେ ପ୍ରୀତିଶ ନନ୍ଦୀ ।କବି, ସାମ୍ବାଦିକ ଓ ଫିଲ୍ମ ପ୍ରଡ୍ୟୁସର ନନ୍ଦୀଙ୍କର ୭୩ ବର୍ଷ ବୟସରେ ଜାନୁଆରୀ ୮ ତାରିଖରେ ମୁମ୍ବାଇରେ ପରଲୋକ ହେବା ପରେ ଏହା ଉପରେ ଆରମ୍ଭ ହୋଇଛି ଅଧିକ ଆଲୋଚନା ।

ଅନେକ ବିବାଦୀୟ ରିପୋର୍ଟ ଛାପିଥିବା The Illustrated Weekly of  India ୧୯୮୬ରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ମୂଳକ ରିପୋର୍ଟ ଛାପି ଖୁବ ଚର୍ଚ୍ଚାକୁ ଆସିଥିଲା । ଏହାର କବିକୁ ଓଡିଶା ଆସିବାକୁ ଦିଆଯାଇନଥିଲା । ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ ପକ୍ଷରୁ ପ୍ରକାଶ ପାଉଥିବା ଏହି ମାଗେଜିନ ବିରୋଧରେ ଏକ କୋଟି ଟଙ୍କାର ମାନହାନି ମୋକଦମା କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ଉପଯୁକ୍ତ ପ୍ରମାଣ ଅଭାବରୁ ୧୯୯୭ରେ ଟାଇମ୍ସ ଅଫ ଇଣ୍ଡିଆର ମୁଳ କମ୍ପାନୀ ’’bennett coleman & co.ltd  ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ମାମଲାକୁ ବନ୍ଦ କରିଥିଲା ।

୧୯୮୦ ଦଶକରେ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପରେ ପ୍ରକାଶନ ନିଦେ୍ର୍ଦଶକ ଭାବେ କାମ କରୁଥିବା ପ୍ରୀତିଶ ନନ୍ଦୀ ୧୯୮୨ ରୁ ୧୯୯୧ ପର୍ଯ୍ୟନ୍ତ ଥିଲେ The Illustrated Weekly of  Indiaର ସମ୍ପାଦକ । ପ୍ରତିଦ୍ୱନ୍ଦିତା ମୂଲକ ବଜାରରେ ୧୯୯୩ରେ ମାଗାଜିନଟିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଗ୍ରୁପର ଭାଇସ୍ ପ୍ରେସିଡେଣ୍ଟ ସମୀର ଜୈନ୍ । ଆଉ ତାପରେ ସେ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ ଛାଡି ନିଜର ପ୍ରଡକ୍ସନ ହାଉସ ଖୋଲିଥିଲେ ।

ଶ୍ରୀଜର ମିଡିଆ କମ୍ପାନୀ ପ୍ରିତୀଶ ନନ୍ଦୀ କମ୍ୟୁନିକେଶନ ଖୋଲି ଅନେକ ଟେଲିଭିଜନ ସୋ ଓ ଫିଲ୍ମ ନିର୍ମାଣ କରିଥିଲେ । ୪୦ ଇଂରାଜୀ କବିତା ପୁସ୍ତକ ଲେଖିଥିବା ନନ୍ଦୀଙ୍କୁ ସାହିତ୍ୟରେ ଅବଦାନ ପାଇଁ ୧୯୭୭ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ସାମ୍ବାଦିକତାରେ ଚନ୍ଦ୍ରାସ୍ୱାମୀଙ୍କ ଇଣ୍ଟର ଭ୍ୟୁ ହେଉ କି ପ୍ରଣବ ମୁଖାର୍ଜୀଙ୍କ ଇଣ୍ଟରଭ୍ୟୁ ହେଉ କିମ୍ବା ଆମେରିକାର ଏକ ଆତଙ୍କବାଦୀଙ୍କ ଇଣ୍ଟରଭ୍ୟୁ ଛାପି ସେ ଅନେକ ଚର୍ଚ୍ଚିତ ହୋଇଥିଲେ ।

ସତ୍ୟ ଓ ତଥ୍ୟକୁ ଉପସ୍ଥାପନ କରିଥାଏ ସାମ୍ବାଦିକତା । ପ୍ରଭାବଶାଳୀ ଲୋକଙ୍କ ବିରୋଧରେ ଖବର ପ୍ରସାରଣ ହେଲେ ଅନେକ ସମୟରେ ତାର ପ୍ରତିକ୍ରିୟା ଦେଖିବାକୁ ମିଳେ । ହେଲେ ପ୍ରିତୀଶ ନନ୍ଦୀଙ୍କ ରୋକ୍ଠୋକ୍ ସାମ୍ବାଦିକତା ସେହି ସମୟ ପାଇଁ ଏକ ନୂଆ ଧାରା ସୃଷ୍ଟି କରିଥିଲା ।