ବାପା ଆଗରେ ପୁଅକୁ ଜିଅନ୍ତା ଖାଇବା ଘଟଣା: ଇଜିପ୍ଟ ସଂଗ୍ରହାଳୟରେ ‘ମିମି’ ହୋଇ ରହିବ ସାର୍କ

0

ନୂଆଦିଲ୍ଲୀ: ଇଜିପ୍ଟର ଏକ ରିସର୍ଟର୍ରେ ହୋଇଥିବା ସାର୍କ ଅକ୍ରମଣରେ ରୁଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସମୁଦ୍ର କୂଳବର୍ତ୍ତୀ ଲୋକପ୍ରିୟ ରିସର୍ଟରେ ଉକ୍ତ ଯୁବକଙ୍କୁ ଆକ୍ରମଣ କରି ଖାଇଥିବା ସାର୍କମାଛକୁ ସମ୍ପ୍ରତି ଇଜିପ୍ଟସ୍ଥିତ ଏକ ସଂଗ୍ରହାଳୟର ବିଶେଷଜ୍ଞମାନେ ‘ମିମି’ରେ ପରିଣତ କରୁଥିବା କଥା ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ଜୁନ୍ ମାସରେ ଇଜିପ୍ଟର ହର୍ଘାଡ଼ା ବେଳାଭୂମି ରିସର୍ଟ ଅନ୍ତର୍ଗତ ସମୁଦ୍ରରେ ଏହି ସାର୍କମାଛଟି ଭ୍ଲାଦିମିର୍ ପୋପୋଭ୍ ନାମରେ ଜଣେ ୨୩ ବର୍ଷିୟ ରୁଷୀୟ ଯୁବକଙ୍କୁ ଜିଅନ୍ତା ଖାଇ ଦେଇଥିଲା। ଏହି ସାର୍କ ଆକ୍ରମଣ ସମୟର ଭିଡିଓ ବି ଉତ୍ତୋଳନ କରାଯାଇଥିଲା। ସେଥିରେ ଦେଖାଯାଉଛି, ସାର୍କ କବଳରେ ପଡ଼ିଥିବା ୨୩ ବର୍ଷିୟ ଯୁବକ ଚିତ୍କାର କରୁଛନ୍ତି: ବାପା, ମତେ ବଞ୍ଚାଅ! ସାର୍କ କବଳରୁ ବଞ୍ଚିବା ପାଇଁ ସେ ପାଗଳ ଭଳି ସମୁଦ୍ର ପାଣିରେ ବାଡ଼େଇଛାଟି ହେଉଥିବା ଉକ୍ତ ଭିଡିଓରେ ଦେଖାଯାଉଛି। ସାର୍କମାଛଟିକୁ ମରାଯିବା ପରେ ତା’ ପେଟ ଭିତରୁ ଭ୍ଲାଦିମିର୍ ପୋପୋଭ୍ଙ୍କର ଶରୀରର କିଛି ଅଂଶ ଉଦ୍ଧାର କରାଯାଇଥିବା ବଳେ ବାକି ଅଂଶ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଉଦ୍ଧାର କରିଥିଲେ।