କୂଅରୁ ଯମଜ ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣା : ମା’ ଅଟକ

0

ଅନୁଗୁଳ: କୂଅରୁ ଯାଆଁଳା ଶିଶୁଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ତନାଘନା ତଦନ୍ତ । ଥାନାରେ ମା’ ଅଟକ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତର ମୁଣ୍ଡରଢିପ ସାହିରୁ ଗତକାଲି କୂଅ ଭିତରୁ ଦୁଇ ଶିଶୁଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ହତ୍ୟା ସନ୍ଦେହ ବଢିଛି । କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ତାହା ଅସ୍ପଷ୍ଟ ରହିଛି । ତେଣେୁ ସନ୍ଦେହରେ ମାଆ ତପସ୍ୱୀନୀ ସାହୁଙ୍କୁ ବନ୍ତଳା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କୌଣସି କାମରେ ପଡୋଶୀ ଘରକୁ ଯାଇଥିଲେ ତପସ୍ୱିନୀ । କିଛି ସମୟ ପରେ ଘରକୁ ଫରିଥିଲେ ହେଲେ ସେହି ସମୟରେ ଛୁଆଙ୍କୁ ପାଇନଥିଲେ । ପରେ ବହୁ ଖୋଜାଖୋଜି ପରେ ଘର ପଛପଟ କୂଅରୁ ଜଣେ ଶିଶୁର ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ ପରେ କୂଅରୁ ମିଳିଥିଲା ଅନ୍ୟ ଶିଶୁର ମୃତ ଦେହ । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟେଇଲା ତାହା ଏବେ ଜଣା ପଡି ନାହିଁ ।