ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ କରିଥିଲା ମର୍ଡର ପ୍ଲାନ୍‌

0

ନାଚୁଣୀ: ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ କରିଥିଲା ମର୍ଡର ପ୍ଲାନ୍‌ । ସମ୍ପର୍କୀୟ ଭାଇ ଓ ଜଣେ ସହଯୋଗୀ ସହାୟତାରେ ସ୍ୱାମୀକୁ ମାରିଛି ସ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଜଙ୍ଗଲରୁ ସୁଟକେସରୁ ମୃତହେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଆଜି ଏମାନଙ୍କୁ ପଚରାଉଚରା କରୁଛି ପୁଲିସ। ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତକ ଜଣଙ୍କ ନୟାଗଡ ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ସ୍ଥିତ ଲଖାପଡାର ମନୋରଞ୍ଜନ ମହାପାତ୍ର । ସେ ବିଭିନ୍ନ ପ୍ରକାର ସାମାଜିକ କାର୍ୟ୍ୟରେ ଜଡିତ ଥିଲେ । ନିଜେ ଏକ ୟୁଟ୍ୟୁବ ସାଇଟ୍ ଖୋଲି ବିଭିନ୍ନ ପ୍ରକାର ଖବର ଅପଲୋଡ କରୁଥିଲେ । ଏଥିସହ ଇଟା ତିଆରି ମେସିନ ମରାମତି କରନ୍ତି ।

ସୂଚନା ଅନୁସାରେ ଗତକାଲି ସକାଳେ ସ୍ଥାନୀୟ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ସପ୍ସଗ୍ରହ ପାଇଁ ଯାଇଥିବା ବେଳେ ଏକ ନୀଳ ରଙ୍ଗର ସୁଟକେଶ ପଡ଼ିଥିବା ଦେଖିଥିଲେ। କାଳେ ଏଥିରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ ବୋଲି ସନ୍ଦେହ କରି ଏବାବଦରେ ସ୍ଥାନୀୟ ପୁଲିସ ଥାନାକୁ ଖବର ଦେଇଥିଲେ। ପରେ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ସୁଟକେଶ ଖୋଲିବା ପରେ ସେଥିରେ ମୃତଦେହ ଥିବା ଦେଖିବାକୁ ମିଳିଥିଲା । ସୁଟକେଶ ଖୋଲିବା ପରେ ଏଥିରେ ଏକ ଯୁବକର ଶବ ଯାହାର ହାତ ଗୋଡ ମୋଡ଼ି ମାଡ଼ି ରଖା ଯାଇଥିବା ଦେଖିବାକୁ ମିଳିଥିଲା। ପୁଲିସ ଏହି ଘଟଣାଟିର ସବୁ ଦିଗକୁ ନେଇ ତନାଘନା ଜାରି ରଖିଥିବା ବେଳେ ସ୍ତ୍ରୀ, ଶଳା ଏବଂ ଜଣେ ସହଯୋଗୀଙ୍କୁ ଅଟକ ରଖିଛି ନାଚୁଣୀ ପୋଲିସ । ହତ୍ୟାର ଦିନେ ପୂର୍ବରୁ ଟାଙ୍ଗୀ ବଜାରରୁ ସୁଟକେସ୍‌ କିଣିଥିଲେ । ସୁଟକେସ୍‌ ପୋଲିସକୁ ଦେଇଥିଲା ସୁରାକ ।

ଯେଉଁ ଦୋକାନକୁ ସୁଟକେସ୍‌ କିଣିଥିଲେ ସେଠାକାର ସିସିଟିଭିରୁ ମିଳିଥିଲା ସୂଚନା । ସହଯୋଗୀକୁ ଚିହ୍ନଟ କରିଥିଲା ପୋଲିସ । ତାକୁ ପଚରାଉଚରା ବେଳେ ଖୋଲିଥିଲା ହତ୍ୟାକାଣ୍ଡର ଗୁମର । ମନୋରଞ୍ଜନଙ୍କୁ ହତ୍ୟା ଯୋଜନାବଦ୍ଧ ବା ପ୍ରି-ପ୍ଲାନଡ୍‌ ଥିଲା । ଏବେ ପ୍ରଶ୍ନ ଉଠୁଛି, କାହିଁକି ମନୋରଞ୍ଜନଙ୍କୁ ହତ୍ୟା କଲେ ସ୍ତ୍ରୀ ? ଏମିତି କଣ ହେଲା ଯେ ସ୍ୱାମୀଙ୍କୁ ହତ୍ୟା ପାଇଁ ପଛାଇଲାନି ସ୍ତ୍ରୀ ? ଏତେ ନିଷ୍ଠୁର ହୋଇଗଲେ କେମିତି ? ମନୋରଞ୍ଜନ ନିର୍ୟାତନା ଦେଉଥିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେଇଥିବା ପୋଲିସକୁ କହିଛି ସ୍ତ୍ରୀ । କେବଳ ନିର୍ୟାତନାକୁ ଜଘନ୍ୟା ହତ୍ୟା ନା ଆଉ କିଛି ରହସ୍ୟ ରହିଛି ସେ ନେଇ ତଦନ୍ତ କରୁଛି ପୋଲିସ ।