ଇସଲାମାବାଦ-: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି ଏକ ବଡ ମୋଡ଼ ନେଇଛି, କାରଣ ଭାରତୀୟ ନୌସେନା ପାକିସ୍ତାନର ପ୍ରମୁଖ ବାଣିଜ୍ୟ ଓ ସାମରିକ କେନ୍ଦ୍ର କରାଚୀ ବନ୍ଦର ଉପରେ ଆକ୍ରମଣ କରି ଏହାକୁ ପ୍ରାୟତଃ ଧ୍ୱଂସ କରିଦେଇଛି । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ‘ଅପରେସନ ଟ୍ରାଇଡେଣ୍ଟ’ ପରେ ଏହା ପାକିସ୍ତାନ ଉପରେ ଭାରତୀୟ ନୌସେନାର ପ୍ରଥମ ବଡ଼ ସମୁଦ୍ର ଆକ୍ରମଣ ବୋଲି ବିବେଚନା କରାଯାଉଛି । ଆରବ ସାଗରରେ ନିୟୋଜିତ ଆଇଏନଏସ ବିକ୍ରାନ୍ତ କରାଚୀକୁ ଟାର୍ଗେଟ କରି ତାଣ୍ଡବ ଆରମ୍ଭ କରିଛି । ପାକିସ୍ତାନର କରାଚୀ ଏବଂ ଓରମାରା ବନ୍ଦର ଉପରେ ଆଇଏନଏସ ବିକ୍ରାନ୍ତରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି ।
ଭାରତ ଉପରେ ଆକ୍ରମଣ କରିବାର ଦୁଃସାହାସ କରିବା ପରେ ଏବେ ପାକିସ୍ତାନ ତାହାର ପରିଣାମ ଭୋଗୁଛି । ମେ ୮ ତାରିଖରେ କରାଚୀରେ ଡ୍ରୋନ ଆକ୍ରମଣ ହୋଇଥିଲା । ଏହାପରେ ରାତିରେ ପାକିସ୍ତାନ ଭାରତ ଉତ୍ତର ଏବଂ ପଶ୍ଚିମାଞ୍ଚଳରେ ଆକାଶ ପଥରେ ବିମାନ ତଥା କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା । ଜମ୍ମୁ, ପଞ୍ଜାବ ଏବଂ ରାଜସ୍ଥାନରେ ଆକ୍ରମଣ ହୋଇଥିଲା । ଏହା ଆକ୍ରମଣରେ ଭାରତୀୟ ନୌସେନାର ବିମାନବାହୀ ଯୁଦ୍ଧପୋତ, ବିଧ୍ୱସଂକ, ବୁଡାଜାହାଜ ସାମିଲ ଥିବା କଥା ଜଣା ପଡିଛି । ଏହି ସମୟରେ, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପୁନଃସ୍ଥାପନ ଆନ୍ତର୍ଜାତୀୟ ସମୁଦାୟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।