ନାସୋ କାଉଣ୍ଟିର ଏକ ବଡ ଗାଁ ଗାର୍ଡେନରେ ସିଟିରେ ଅଭ୍ୟାସ କରୁଛନ୍ତି ଭାରତୀୟଦଳ

0

ନୂଆଦିଲ୍ଲୀ; ଟି ୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି ୨୦ ବିଶ୍ୱକପ । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ୨ ଜୁନରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆମେରିକାରେ ପହଞ୍ଚିଛି ଭାରତୀୟ ଦଳ । ସେଠାରେ ପହଞ୍ଚି ଭାରତୀୟ ଟିମ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅଭ୍ୟାସ ମ୍ୟାଚ ପାଇଁ ନ୍ୟୁୟର୍କର ଗାର୍ଡେନ ସିଟିରେ ପହଞ୍ଚିଯାଇଛି ଭାରତୀୟ ଦଳ ।
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ୨ଟି ଅଲଗା ଅଲଗା ବ୍ୟାଚରେ ନ୍ୟୁୟର୍କରେ ପହଞ୍ଚି ଛନ୍ତି । ଏଥିରେ ଭାରତୀୟ ଖେଳାଳିଙ୍କ ସହିତ ରିଜର୍ଭ ଖେଳାଳି ମଧ୍ୟ ସାମିଲ ରହିଛନ୍ତି । କେବଳ ଷ୍ଟାର ବ୍ୟାଟର ବିରାଟ କୋହଲି ଏପର୍ଯ୍ୟନ୍ତ ଟିମ ସହିତ ଯାଇନାହାନ୍ତି । କିନ୍ତୁ ଉପ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ନ୍ୟୁୟର୍କରେ ପହଞ୍ଚିସାରିଛନ୍ତି ।
ନ୍ୟୁୟର୍କରେ ପହଞ୍ଚିବା ପରେ ଭାରତୀୟ ଟିମ ଗୋଟିଏ ଦିନ ବିଶ୍ରାମ କରିବା ପରେ ସେଠିକାର ପାଣିପାଗରେ ନିଜକୁ ଖାପଖୁଆଇବା ପାଇଁ ହାଲୁକା ଅଭ୍ୟାସ କରିଛନ୍ତି । ପ୍ରଥମ ଦିନରେ ରନିଂ ଏବଂ ଫୁଟବଲ ଖେଳିଥିଲେ ଖେଳାଳି । ନିଜକୁ ୱାର୍ମଅପ କରିବା ପାଇଁ ଫୁଟବଲ ଖେଳି ଫିଟନେଓ ପରଖିଛନ୍ତି । ପ୍ରଥମ ଦିନ ଭାରତୀୟ ଟିମ ବ୍ୟାଟିଂ ବୋଲିଂ ଏବଂ ଫିଲ୍ଡିଂରେ ଅଭ୍ୟାସ କରିଥିଲେ । ତେବେ ଅଭ୍ୟାସ ମ୍ୟାଚ ଆଜି ଠାରୁ ଆରମ୍ଭ ହୋଇଛି । ତେବେ ଏହି ସମୟରେ ଖେଳାଳି ମାନେ ମଜା ମସ୍ତି କରୁଥିବା ର ନଜର ମଧ୍ୟ ଆସଛି । ଯାହାର ଫୋଟ ଭାଇରାଲ ହେଉଛି । ତେବେ ଭାରତୀୟ ଟିମ ଅଭ୍ୟାସ ମ୍ୟାଚ ଖେଳାଯିବାକୁ ଥିବା ସ୍ଥାନରେ ହିଁ ରହିଛନ୍ତି । ଭାରତୀୟ ନାସୋ କାଉଣ୍ଟିର ଏକ ବଡ ଗାଁ ଗାର୍ଡେନରେ ସିଟିରେ ରହିଛନ୍ତି ।