ନୂଆଦିଲ୍ଲୀ : Apple Event 2024 ଆପଲ୍ ର ସବୁଠାରୁ ବଡ ଲଞ୍ଚିଂ ଇଭେଣ୍ଟରେ ଆଇଫୋନ୍ 16 ସିରିଜ୍ (iPhone 16 Series) ଲଞ୍ଚ କରିଛି । ଏହି iPhone 16 ସିରିଜରେ iPhone 16, iPhone 16 Plus, iPhone 16 Pro ଏବଂ iPhone 16 Pro Max ସାମିଲ କରିଛି ।
ଆଇଫୋନ୍ 16 ସିରିଜ୍ ରେ ସାମିଲ ଥିବା ସମସ୍ତ ସେଟ ଗୁଡିକରେ ହାର୍ଡୱେର୍ ଅପଗ୍ରେଡ୍ କରି ଲଞ୍ଚ କରାଯାଇଛି ।ଏବଂ ଏହି ନୂତନ ହ୍ୟାଣ୍ଡସେଟ୍ ଆପଲ୍ ଇଣ୍ଟେଲିଜେନ୍ସ ଫିଚର୍ସକୁ ମଧ୍ୟ ସପୋର୍ଟ କରିବ।ଉକ୍ତ ସ୍ମାର୍ଟଫୋନ୍ ଭାରତରେ ମଧ୍ୟ ଉପଲବ୍ଧ ହେବ। ଆପଲ୍ ପକ୍ଷରୁ ଆଇଫୋନ୍ ୧୬ ସିରିଜର ମୂଲ୍ୟ ଏବଂ ଉପଲବ୍ଧତା ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।
ଆଗକୁ ଉପଲବ୍ଧ ହେବାକୁ ଥିବା ଭାରତରେ ଆଇଫୋନ୍ 16, ଆଇଫୋନ୍ 16 ପ୍ଲସ୍ ର ମୂଲ୍ୟ କେତେ?
ସୂଚନା ଯୋଗ୍ୟ ଯେ, ଭାରତରେ ଆଇଫୋନ୍ 16 ର ମୂଲ୍ୟ ୭୯,୯୦୦ ରୁ ଆରମ୍ଭ ହେବ । ସର୍ବନିମ୍ନ ୧୨୮ଜିବି ଷ୍ଟୋରେଜ୍ ସହିତ ବେସ୍ ମଡେଲ୍ ପାଇଁ ଆପଣଙ୍କୁ ଏହି ମୂଲ୍ୟ ଦେବାକୁ ହେବ। ଏହି ହ୍ୟାଣ୍ଡସେଟ୍ ୨୫୬ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ଯାହାର ମୂଲ୍ୟ ୮୯,୯୦୦ ଏବଂ ୫୧୨ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ଯାହାର ମୂଲ୍ୟ ୧,୦୯,୯୦୦ ଟଙ୍କାରେ ମଧ୍ୟ ରହିଛି ।
ଏହା ସହିତ, ଆଇଫୋନ୍ 16 ପ୍ଲସ୍ ମଡେଲରେ ୧୨୮ ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ ୮୯,୯୦୦ ରୁ ଆରମ୍ଭ ହେଉଥିବା ବେଳେ ୨୫୬ ଜିବି ଭାରିଆଣ୍ଟର ମୂଲ୍ୟ ୯୯,୯୦୦ ଟଙ୍କା ରଖାଯାଇଛି । ଏହାସହ ଗ୍ରାହକମାନେ ୧,୧୨,୯୦୦ ଟଙ୍କାରେ ୫୧୨ ଜିବି ଷ୍ଟୋରେଜ୍ ସହିତ ହ୍ୟାଣ୍ଡସେଟ୍ କିଣିପାରିବେ ।
ଏହି ହ୍ୟାଣ୍ଡସେଟ ରଙ୍ଗ ବ୍ଲାକ୍, ଟିଲ୍, ପିଙ୍କ, ଅଲଟ୍ରାମାରାଇନ୍ ଏବଂ ଧଳା ରଙ୍ଗରେ ସେପ୍ଟେମ୍ବର ୧୩ ରୁ ପ୍ରିଅଡର୍ ପାଇଁ ଉପଲବ୍ଧ ହେବ । ଏବଂ ସେପ୍ଟେମ୍ବର ୨୦ ରେ ଆପଲ୍ ଅନଲାଇନ୍ ଷ୍ଟୋର୍ ମାଧ୍ୟମରେ ଭାରତରେ ବିକ୍ରି ପାଇଁ ଉପଲବ୍ଧ ହେବ ।
ସେହିଭଳି ଭାରତରେ ଆଇଫୋନ୍ 16 ପ୍ରୋ, ଆଇଫୋନ୍ 16 ପ୍ରୋ ମ୍ୟାକ୍ସର ମୂଲ୍ୟ ୧୨୮ଜିବି ଭାରିଆଣ୍ଟ ପାଇଁ ୧,୧୯,୯୦୦ ଟଙ୍କା ଥିବା ବେଳେ ୨୫୬ଜିବି, ୫୧୨ଜିବି ଏବଂ ୧ଟିବି ମଡେଲ ଗୁଡିକର ମୂଲ୍ୟ ଯଥାକ୍ରମେ ୧,୨୯,୯୯୦, ୧,୪୯,୯୦୦ ଏବଂ ୧,୬୯,୯୦୦ ଟଙ୍କା।
ଏହା ସହିତ ଆଇଫୋନ୍ 16 ପ୍ରୋ ମ୍ୟାକ୍ସର ୨୫୬ ଜିବି ମଡେଲର ମୂଲ୍ୟ ୧,୪୪,୯୦୦ ଟଙ୍କା ଥିବାବେଳେ ୫୧୨ ଜିବି ମୂଲ୍ୟ ୧,୬୪,୯୦୦ ଟଙ୍କା ରଖାଯାଇଛି । ଏହା ସହିତ, ୧ଟିଭି ଷ୍ଟୋରେଜ୍ ସହିତ ମଡେଲର ମୂଲ୍ୟ ୧,୮୪,୯୦୦ ଟଙ୍କା ।
ତେବେ ଆଇଫୋନ୍ 16 ପ୍ରୋ ଏବଂ ଆଇଫୋନ୍ 16 ପ୍ରୋ ମ୍ୟାକ୍ସ ବ୍ଲାକ୍ ଟାଇଟାନିୟମ୍, ଡିଜର୍ଟ ଟାଇଟାନିୟମ୍, ନ୍ୟାଚୁରାଲ ଟାଇଟାନିୟମ୍ ଏବଂ ହ୍ୱାଇଟ୍ ଟାଇଟାନିୟମ୍ ରଙ୍ଗରେ ଉପଲବ୍ଧ ହେବ ଏବଂ ଏହାର ପ୍ରି-ଅର୍ଡର ମଧ୍ୟ ସେପ୍ଟେମ୍ବର ୧୩ ରୁ ଆରମ୍ଭ ହେବ। ଏହି ହ୍ୟାଣ୍ଡସେଟଗୁଡିକ ସେପ୍ଟେମ୍ବର ୨୦ ରୁ ଆପଲ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ଅନଲାଇନ୍ ରିଟେଲର୍ ମାଧ୍ୟମରେ କ୍ରୟ ପାଇଁ ଉପଲବ୍ଧ ହେବ ।
ଆଇଫୋନ୍ 16 ସିରିଜ୍ ବିଷୟରେ ଏଗୁଡ଼ିକ ହେଉଛି ଖାସ୍ :-
ଆଇଫୋନ୍ 16 କ୍ରମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଲ୍ ଏଥିରେ ଭର୍ଟିକାଲ୍ କ୍ୟାମେରା ଆଲାଇନ୍ମେଣ୍ଟ ଯୋଡ଼ିଛି । ଏହା ଆପଲ୍ A18 ଚିପ୍ ସହିତ ପରିଚାଳିତ ହୋଇପାରିବ ଏବଂ ଏହା A16 ଚିପ୍ ଠାରୁ ୩୦ ପ୍ରତିଶତ ଅଧିକ ଶକ୍ତିଶାଳୀ । ଏହା ବ୍ୟତୀତ ଆପଣ ୨,୦୦୦ ନିଟ୍ ବ୍ରାଇଟନେସ୍ ମଧ୍ୟ ପାଇବେ, ଯାହା ଗୁଗୁଲ୍ ଇମେଜ୍ ଲୁକ୍ଅପ୍ ଏବଂ ଚାଟ୍ ଜିପିଟି ଏଣ୍ଟିଗ୍ରେସନକୁ ସମର୍ଥନ କରିବ ।
କିଛି ନୂଆ ଫିଚର୍ସ :-
– 48 MP fusion camera
– New Ultra Marine, Teal and Pink colors
– Action Button now on iPhone 16
– Two sizes 6.1 and 6.7 Plus
– Apple A18 Chip (Apple Intelligence focused)
– New Camera Control Button
– iPhone 16 can send messages via satellite, initially starting in the US and Canada