ଶୂନ୍ୟକାଳରେ ଉଠିଲା ଜାଲ ସାର୍ଟିଫିକେଟ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ଉଠିଲା ଜାଲ ସାର୍ଟିଫିକେଟ ପ୍ରସଙ୍ଗ । ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂ ମିଶ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଆସୁଛି । ଏବେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ପୂର୍ବତନ ମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଅଭିଯୁକ୍ତ ସରକାରୀ କ୍ୱାଟରକୁ ଜବର ଦଖଲ କରି ରଖିଥିବା ଅଭିଯୋଗ ହେଉଥିବା ବେଳେ ସରକାର ଏଥିପ୍ରତି କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।