ବିଧାନସଭାରେ ଉଠିଲା IPS ରାଜେଶ ଉତ୍ତମ ରାଓଙ୍କ ପ୍ରସଙ୍ଗ

0

ଭୁବନେଶ୍ୱର :  ବିଧାନସଭାରେ ଉଠିଲା IPS ରାଜେଶ ଉତ୍ତମ ରାଓଙ୍କ ପ୍ରସଙ୍ଗ | କଂଗ୍ରେସ ବିଧାୟକ ରାମଚନ୍ଦ୍ର କଦମ ଉଠାଇଲେ ପ୍ରସଙ୍ଗ | ପଣ୍ଡିତ ରାଜେଶଙ୍କ ବିରୋଧରେ ଏଫଆଇଆର କାହିଁକି ହୋଇନି ବୋଲି ପ୍ରଶ୍ନ କଲେ | ଉଚ୍ଚ ପଦସ୍ତ ଅଧିକାରୀ ରାତିରେ ମହିଳା IICଙ୍କ ଘରକୁ ଯାଇ ବ୍ୟବହାର ଖରାପ କରିବେ | ଅତି ହାଲୁକା ଭାବେ ସରକାର ଏହି ଘଟଣାକୁ ନେଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ | ଲୋକ ଲୋଚନକୁ ଆସିଲା ପରେ ସସ୍ପେଣ୍ଡ ହୋଇଛନ୍ତି ଅଫିସର | IPSଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସନ୍ତୁଳିତ ପାଇଁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା |