ଆନ୍ଧ୍ରକୁ ନିପ୍ପନ ଚାଲିଯିବା ପ୍ରସଙ୍ଗ

0

 ଭୁବନେଶ୍ୱର:  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ନିପ୍ପନ କମ୍ପାନୀ ମାଲିକ ସହ ସହ ଆଲୋଚନା କରି ପୃଥିବୀର ସବୁଠାରୁ ବଡ଼ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡ଼ାରେ କରିବାକୁ ଉଦ୍ୟମ କରିଥିଲେ । ହେଲେ ଆଜି ତାହା ଆନ୍ଧ୍ର ପ୍ରଦେଶ ଚାଲି ଯାଉଛି।  ଯାହା ଓଡ଼ିଶା ପାଇଁ ଦୁର୍ଭାଗ୍ୟଜନକ ।  ଏହା 1ଲକ୍ଷ 40 ହଜାର କୋଟି ନିବେଶ ଆସି ରାଜ୍ୟରେ ନିଯୁକ୍ତି ସୁଯୋଗ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆସିଥାନ୍ତା, ରାଜସ୍ୱ ବଢିଥାନ୍ତା । ଓଡ଼ିଶା ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଥାନ୍ତା । ହେଲେ ଦୁର୍ଭାଗ୍ୟ ଯେ ଆଜି ଓଡ଼ିଶାରେ ନିକମା ସରକାର ପାଇଁ ଗୋଟେ ଡବଲ ଇଂଜିନ ବା ରିମୋଟ କଣ୍ଟ୍ରୋଲ ସରକାର ଯିଏ ଦିଲ୍ଲୀ ଦ୍ୱାରା କଣ୍ଟ୍ରୋଲ ହୁଅନ୍ତି, ସେହି ବିଜେପି ସରକାର ଯୋଗୁଁ ଆନ୍ଧ୍ରକୁ ଷ୍ଟିଲ ପ୍ଲାଣ୍ଟ ପଳାଉଛି । ଆରସେଲର ମିତଲ ଓ ନିପ୍ପନ ଷ୍ଟିଲ ମିଶିକି ଏହି କମ୍ପାନୀ କରିଥାନ୍ତେ । କିଛି ଦିନ ପୂର୍ବରୁ ବିଜେପି ସରକାର ଆସୁ ଆସୁ JSW ଇଲେକ୍ଟ୍ରି ଭେଇକେଲ କମ୍ପାନୀ ଯାହାକୁ ନବୀନ ସରକାର ସବୁ ସୁବିଧା ଦେଇଥାନ୍ତେ ଓ 40 ହଜାର କୋଟିରୁ ଅଧିକ ନିବେଶ ହୋଇଥାନ୍ତା, ତାହା ମହାରାଷ୍ଟ୍ରକୁ ପଳେଇଲା । ଦୁର୍ଭାଗ୍ୟ ହେଉଛି, ଯେବେ ପୁଞ୍ଜି ନିବେଶକାରୀ ସରକାର ଉପରେ ଭରସା ରହିବା ଦରକାର । ହେଲେ ଏ ଯାଏଁ ବିଜେପି ସରକାର ଉପରେ କୌଣସି ପୁଞ୍ଜିପତିଙ୍କ ଭରସା ଆସୁନି । ଯେଉଁ ବିଶ୍ୱାସ ନବୀନ ପଟ୍ଟନାୟକଙ୍କ ପ୍ରତି ଥିଲା, ବର୍ତମାନ ବିଜେପି ସରକାର ଉପରେ ସେହି ବିଶ୍ୱାସ ନ ଆସିବାରୁ ଶିଳ୍ପ ବାହାର ରାଜ୍ୟକୁ ପଳାଉଛି।   ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଭାରତର ସବୁଠାରୁ ଅଧିକ ପୁଞ୍ଜି ନିବେଶ ଓଡ଼ିଶାରେ ହୋଇଥିଲା ।  କୋଭିଡ ସମୟରେ ବି ଅଧିକ ନିବେଶ ହୋଇଥିଲା।  କମ୍ପାନୀ ମାଲିକ ନବୀନଙ୍କ ସହ ଆଲୋଚନା କରୁଥିଲେ । ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ସହ କମ୍ପାନୀ ମାଲିକଙ୍କ ପୁଅ କି ପ୍ରତିନିଧି କଥା ହେଉଛନ୍ତି।  ଏଥିରେ କି ଲାଭ ପାଇବ ଓଡ଼ିଶା । ମୁଖ୍ୟମନ୍ତ୍ରୀ ପୁଞ୍ଜିପତିଙ୍କ ସହ ଯେଉଁ ବୈଠକ କରୁଛନ୍ତି, କି ଲାଭ ପାଉଛି ଓଡ଼ିଶା । ଗଠନମୂଳକ କାର୍ଯ୍ୟରେ ଆମେ ସମର୍ଥନ ଦେବୁ।