ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ, ଶୁନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ

0

ବିଜେଡି ବିଧାୟକ ବ୍ୟମୋକେଶ ରାୟଙ୍କ ବିବୃତି :
କେନ୍ଦ୍ର ମନ୍ତ୍ରୀ ଯେଉଁ କଥା କହିଲେ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସମର୍ଥନ କଲେ । ମୁଁ ରେଭେନ୍ସା ଭିଆନ ଏହି ପ୍ରସଙ୍ଗ କୁ ଗୃହରେ ଉଠାଉଛି । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ ୧୫୬ ବର୍ଷର ଏକ ମାଇଲ ଖୁଣ୍ଟ । ୧୮୬୬ ନଅଙ୍କ ଦୁର୍ଭିକ୍ଷର କିଛି ସମୟ ପୂର୍ବରୁ ଟି.ଇ ରେଭେନ୍ସା ଦାୟିତ୍ୱ ନେଇଥିଲେ । କିନ୍ତୁ ସେ ନିଜର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଓଡ଼ିଶାର ସ୍କୁଲ ରେ କିପରି ବେଙ୍ଗଲି ବଦଳରେ ଓଡ଼ିଆ ପଢ଼ାଯିବ ତାକୁ ଗୁରୁତ୍ୱ ଦେଇଥିଲେ । ଫକୀର ମୋହନ ଓ ଗୌରୀ ଶଙ୍କର ମଧ୍ୟ ତାଙ୍କ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀଵ୍ର ହେଉଛି । ବିରାଟ ଆନ୍ଦୋଳନ ର ଦାନା ବାନ୍ଧୁଛି । ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ତୁରନ୍ତ ବିବୃତି ରଖନ୍ତୁ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିବୃତି :
କେନ୍ଦ୍ର ମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଓଡ଼ିଶା ବାସୀ ଗ୍ରହଣ କରି ନେଇଛନ୍ତି । ଯେଉଁମାନେ ରିମୋର୍ଟ ରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ୨୦୦ ବର୍ଷ ଇଂରେଜ ମାନେ ଆମକୁ ଶାସନ କଲେ ତାଙ୍କ ନାମରେ କାହିଁକି କୌଣସି ଅନୁଷ୍ଠାନ ନାମିତ ହେବ । ଆମର ଅନେକ ବରପୁତ୍ର ରହିଛନ୍ତି । ସେମାନଙ୍କ ନାମରେ ନାମିତ ହେବା କଥା ।

ବିଜେଡି ବିଧାୟକ ଶାରଦା ଜେନାଙ୍କ ବିବୃତି :
ଅନୁଷ୍ଠାନ ନାମ ପରିବର୍ତ୍ତନ ରେ ଶିକ୍ଷା ବ୍ୟବସ୍ଥା ର ପରିବର୍ତ୍ତନ ହୁଏନି । କଟକ ଭଳି ଶାନ୍ତ ସହର ରେ ଅଯଥା ନିଆଁ ଲଗା ଯାଉଛି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ତୈଳ ମନ୍ତ୍ରୀ ଥିବା ବେଳେ ଏକ ତୈଳ କମ୍ପାନୀର ସିଏସ୍ ଆର ଫଣ୍ଡ ରୁ ରେଭେନ୍ସା ପାଇଁ ଅନୁଦାନ ଦେଇଥିଲେ । କିନ୍ତୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ କରିଦେଇଥିଲେ ତାହା ଭଲ ହୋଇଥାନ୍ତା। କେନ୍ଦ୍ର ମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି । ସେ ଯାହା କୁହନ୍ତି ତାହା ସରକାର ଙ୍କ ମତ ବୋଲି ଧରି ନିଆଯାଏ । ଯଦି ନାମ ପରିବର୍ତ୍ତନ ପାଇଁ ଏତେ ବ୍ୟାକୁଳ ତାହେଲେ ନାଥୁ ରାମ ଗଡ଼ସେ ନାମରେ ବି ଗୋଟେ ବିଶ୍ୱ ବିଦ୍ୟାଳୟ ଖୋଲାଯାଉ |

ବିଜେପି ବିଧାୟକଇରାଶିଷ ଆଚାର୍ଯ୍ୟଙ୍କ ବିବୃତି :
ନାଥୁ ରାମ ଗଡ଼ସେଙ୍କ ନାଁରେ ବିଶ୍ୱ ବିଦ୍ୟାଳୟ ଖୋଲାଯିବା ପ୍ରସ୍ତାବକୁ ନିନ୍ଦା କରି ଏହା ଦୁଃଖ ଦାୟକ ବୋଲି କହିଲେ ଇରାଶିଷ । ଓଡ଼ିଆ ମାନେ ଉତ୍ସାହ ହୀନ ଓ ଅଳସୁଆ ବୋଲି କହିଥିଲେ ରେଭେନ୍ସା । କେନ୍ଦ୍ର ମନ୍ତ୍ରୀ ଗୃହର ସଦସ୍ୟ ନୁହଁନ୍ତି । ତାଙ୍କ ବିଷୟରେ ଗୃହରେ ଆଲୋଚନା କରାଯାଇ ଗୃହକୁ ଭିନ୍ନ ଆଡ଼କୁ ନେଉଛନ୍ତି ବିରୋଧୀ ।

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଧଶଙ୍କ ବିବୃତି :
ବିଜେପି ବିଧାୟକ ଟଙ୍କଧରଙ୍କ ମନ୍ତବ୍ୟକୁ ଆଧାର କରି କହିଲେ ଆପଣ ମାନେ ମାନୁଛନ୍ତି ଯେ ନାମ ପରିବର୍ତ୍ତନ ଆପଣଙ୍କ ଅଫିସିଆଲ ଷ୍ଟାଣ୍ଡ । ଅସ୍ମିତା କଥା କହୁଛନ୍ତି ଆପଣ ୨୦୨୧ରେ ସରଦାର ବଲଭ ଭାଇ ଷ୍ଟାଡିୟମର ନାମ କାହିଁକି ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଗଲା । ଏହି ପ୍ରସଙ୍ଗ ଉଠାଇ କଟକ ଵାସୀଙ୍କ ଭାବନାକୁ ଆଘାତ ଦେଉଛନ୍ତି । ଛୋଟ ଚିନ୍ତାଧାରା ରଖନ୍ତୁ ନାହିଁ । ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସଙ୍ଗ ରେ ସ୍ପଷ୍ଟତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବେ କି?