ଭୁବନେଶ୍ୱର: ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ କିଣିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଲେଖିଥିବା ଚିଠି ପ୍ରସଙ୍ଗ । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ କିଣିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।ତେବେ ରାଜ୍ୟ ସରକାରଙ୍କୁ କିଏ କହିଲା ଧାନ କିଣିବା ପାଇଁ ? ଏଫସିଆଇକୁ କୁହାଯାଉ ଧାନ କିଣିବା ପାଇଁ । ରାଜ୍ୟ ସରକାରଙ୍କର କେଉଁଠି ଗୁଡ଼ କି ଚିନି ରହିଗଲା । ଆଗେଇ ଆସୁଛନ୍ତି କିଣିବା ପାଇଁ । ଆଉ ପାଟି କରୁଛନ୍ତି କେନ୍ଦ୍ର କିଣିଲା ନାହିଁ ବୋଲି । ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଏବଂ ଅଣଜଳସେଚିତ ଜମିରୁ ୧୩ କୁଇଣ୍ଟାଲ କିଣିବେ । ତେବେ ବାକି ଧାନ ଚାଷୀ କଣ କରିବ । ଯାହାର ଉତ୍ତର ମନ୍ତ୍ରୀ ଦେଇପାରୁନାହାନ୍ତି ।
ଚାଷୀଙ୍କୁ ଶୋଷଣ କରୁଛନ୍ତି ଏବଂ ଧାନ କିଣୁଛନ୍ତି । ଏଫସିଆଇକୁ କାହିଁକି ଧାନ କିଣିବା ପାଇଁ ଛାଡୁ ନାହାନ୍ତି । ତୁରନ୍ତ ଏଫସିଆଇକୁ ଚିଠି ଲେଖନ୍ତୁ ଧାନ କିଣିବା ପାଇଁ । ଏମଓୟୁ ପ୍ରତ୍ୟାହାର କରନ୍ତୁ ରାଜ୍ୟ ସରକାର ।